Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ଜିଲ୍ଳାରେ ପୁରୁଷ ହକି ବିଶ୍ଵକପ କୁ ଭବ୍ୟ ସମ୍ବର୍ଦ୍ଧନା.


ଖୋର୍ଦ୍ଧା.(LR NEWS ) ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ପଞ୍ଚାୟତ ସମିତି ଠାରେ ପୁରୁଷ ହକି ବିଶ୍ୱକପ ଟ୍ରଫି କୁ ନୟାଗଡ ଜିଲ୍ଲା ରୁ ସମ୍ମାନ ର ସହ ସ୍ୱାଗତ କରାଯାଇଛି.ପୂର୍ବ ପ୍ରସ୍ତୁତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସହର ପରିକ୍ରମା କରାଯାଇଛି । ବୋଲଗଡ ପଂଚାୟତ ସମିତିରେ ଏହାକୁ ସମ୍ବର୍ଦ୍ଧନା ଦିଆଯିବା ପରେ ପରେ ଟ୍ରଫି ଗାଡି କୁ ଖୋର୍ଦ୍ଧାର ଚଣ୍ଡି ଚୁଆଁ ଛକ ଠାରୁ ଟାଉନ ହଲ ଅଭିମୁଖେ ଶୋଭାଯାତ୍ରା କରାଯାଇ ଦୂଲଦୁଲି, ପାଇକ ନାଚ, ସଂକୀର୍ତ୍ତନ ଦଳ, ଘୋଡାନାଚ, ଆତସ ବାଜି ପ୍ରଦର୍ଶନ ହୋଇଥିଲା।.

ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ, ସ୍କୁଲ, କଲେଜ, ସ୍ୱୟଂ ସହାୟକ ମହିଳା, ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ. ସେହି ସ୍ଥାନ ରୁ ଟାଉନ ହଲ ଅଭିମୁଖେ ଯାତ୍ରା ଚାଲୁ ରହିଥିଲା. ।

ଟାଉନ ହଲ ଠାରେସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ଏକ ସଭାର ଆୟୋଜନ ହୋଇଥିଲା. ଜିଲ୍ଲା ର ସମ୍ମାନୀୟ ବିଧାୟକ ମାନେ ଯଥାଶ୍ରୀଯୁକ୍ତ ସୁରେଶ କୁମାର ରାଉତରାଏ,ଜଟଣୀ ନିର୍ବାଚନ ମଣ୍ଡଳୀ,ଏବଂ ଶ୍ରୀଯୁକ୍ତ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ, ଜିଲ୍ଲାପାଳ, ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ,
ଆରକ୍ଷୀ ଅଧିକ୍ଷକ ,ଶ୍ରୀ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତଜିଲ୍ଲାପାଳ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଶ୍ରୀ ଦିଗନ୍ତ ରାଉତରାୟ, ଉପ -ଜିଲ୍ଲାପାଳ, ଶ୍ରୀ ଦୀପ୍ତି ରଞ୍ଜନ ସେଠି, ତହସିଲଦାର, ଶ୍ରୀ ଇପ୍ସିତ କୁମାର ସାହୁ ,ବି. ଡି. ଓ, ସମସ୍ତ ଅଧିକାରୀ, ମେଡ଼ିଆବନ୍ଧୁ, ଏସ. ଏଚ. ଜି. ମହିଳା , ଜନ ସାଧାରଣ ବିପୁଳ ସଂଖ୍ୟା ରେ ଯୋଗ ଦେଇ ଥିଲେ.ମଞ୍ଚାସିନ ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟ ରଖିବା ପରେ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଯାଇଥିଲା.।

Leave A Reply

Your email address will not be published.

fourteen − 6 =