Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କେଡିୟୁଜେର ନୂତନ କର୍ମକର୍ତ୍ତା ନିର୍ବାଚନ


ଖୋର୍ଦ୍ଧାLR NEWS : ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ( କେଡିୟୁଜେ) ପକ୍ଷରୁ ଖୋର୍ଦ୍ଧା ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓୟୁଜେ ରାଜ୍ୟ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନର ମୁଖ୍ୟ ଉପଦେଷ୍ଟା ପ୍ରସନ୍ନ ପାଇକରାୟ ଯୋଗଦେଇ ସାମ୍ପ୍ରତିକ ସମୟରେ ସାମ୍ବାଦିକଙ୍କ ସମସ୍ୟା ଓ ଦାୟିତ୍ୱ ବୋଧ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା କାର୍ୟ୍ଯକାରୀ ସଭାପତି ଲୋହିତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବରିଷ୍ଠ ସଦସ୍ୟ ତପନ ନାୟକ ସାମ୍ବାଦିକ ସମସ୍ୟା ଓ ସଂଗଠନ ବିଷୟରେ ଆଲୋଚନା କରିଥିଲେ ।

ବରିଷ୍ଠ ସଦସ୍ୟ ରବି ମିଶ୍ର ଓୟୁଜେ ସଂଗଠନ ସମ୍ପର୍କରେ ଦୀର୍ଘ ଦିନର ଅନୁଭୂତି ପ୍ରକାଶ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ କର୍ମକର୍ତ୍ତା ନିର୍ବାଚନରେ କେଡିୟୁଜେର ଉପ ସଭାପତି ସୟଦ ଅନସର ଅଲ୍ଲୀ ନୂତନ ସଦସ୍ୟ ମାନଙ୍କ ନାମ ଉପସ୍ଥାପନ କରିଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ତାଙ୍କୁ ସମର୍ଥନ ଜଣାଇଥିଲେ । ସର୍ବସମ୍ମତୀ ନିଷ୍ପତ୍ତି କ୍ରମେ ଜିଲ୍ଲା ୟୁନିୟନର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତପନ ନାୟକ , ଉପ ସଭାପତି ଭାବେ ରବିନ୍ଦ୍ର କୁମାର ମିଶ୍ର , ସୟଦ ଅନସର ଅଲ୍ଲୀ , ସାଧାରଣ ସମ୍ପାଦକ ଭାବେ ଲୋହିତ ନାରାୟଣ ମହାପାତ୍ର , ସମ୍ପାଦକ ଭାବେ ଦିଲ୍ଲୀପ ଶତପଥୀ , କୋଷାଧ୍ୟକ୍ଷ ଭାବେ ଅଜିତ ମିଶ୍ର, ମୁଖ୍ଯ ଉପଦେଷ୍ଟା ଭାବେ ପ୍ରସନ୍ନ ପାଇକରାୟ , ଜୟନ୍ତ ରାୟ , ଦିଲ୍ଲୀପ ହୋତା , ଶ୍ରୀକାନ୍ତ ପ୍ରଧାନ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ସୁଶାନ୍ତ ବିଶ୍ୱାଳ , ମାର୍ଗଦର୍ଶକ ଭାବେ ସନତ ପଟ୍ଟନାୟକ ମନୋନୀତ ହୋଇଥିଲେ ।

କେଡିୟୁଜେର ସଦସ୍ୟା ଶୁଭଲକ୍ଷ୍ମୀ ସାମନ୍ତରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ଦ୍ବାରା ଆୟୋଜିତ ଏହି ସମ୍ମିଳନୀରେ ପ୍ରକାଶ ପଟ୍ଟନାୟକ , ଜୟନ୍ତ ରାୟ , ଚନ୍ଦନ ସୁନ୍ଦରାୟ , ସୁରେଶ ପ୍ରଧାନ , ଲଳିତ ମହାରଣା , ସଂଗ୍ରାମ ହୋତା ,ଅୟସ ମହାନ୍ତି , ଶିବ ଚରଣ ସିଂ , ଶ୍ରୀକାନ୍ତ ପ୍ରଧାନ , ଦିଲ୍ଲୀପ ହୋତା , ନାରାୟଣ ମହାନ୍ତି , ଶ୍ରୀକାନ୍ତ ପରିଜା , ତ୍ରିଲୋଚନ ବାଘସିଂ , ସତ୍ୟ ନାରାୟଣ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଶ୍ରୀକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven + seventeen =