ତିନି ଯୁବ ଇଞ୍ଜିନିୟରଙ୍କ ପ୍ରୟାସ
LR NEWS ଜୟପୁର : ଦିନକୁ ଦିନ ଗଭୀର ନଳକୂପରେ ଶିଶୁ ଖସି ପଡୁଛନ୍ତି। କେତେ ଜଣ ଉଦ୍ଧାର ହେଉଥିବାବେଳେ କେତେ ଶିଶୁଙ୍କ ଜୀବନ ଚାଲି ଯାଉଛି। ଏଥିପାଇଁ ସରକାର ଚିନ୍ତିତ ରହୁଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତିନି ଯୁବ ଇଞ୍ଜିନିୟର ବୋର୍ୱେଲ୍ରେ ଗଳି ପଡୁଥିବା ଛୁଆଙ୍କୁ ଜୀବିତ ଭାବେ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ରୋବଟ୍ ପ୍ରସ୍ତୁତ କରିଛନ୍ତି। ଏମାନେ ହେଲେ ଜୟପୁରର ଶିଶିର ମଲ୍ଲିକ, ଗଞ୍ଜାମର ଲିଙ୍ଗରାଜ ପ୍ରଧାନ ଓ ବୀରେନ କୁମାର ପ୍ରଧାନ। ଏହି ରୋବଟ୍ରେ ସେନ୍ସର, ଲାଇଟ୍, କ୍ୟାମେରା ସହ ଅକ୍ସିଜେନ ବକ୍ସ ରହିଛି।
ଏହାକୁ ରିମୋଟ ମାଧ୍ୟମରେ କଣ୍ଟ୍ରୋଲ କରାଯାଇ ପାରିବ। ଫଳରେ ଏହି ରୋବଟ୍ ଅତି ସହଜରେ ଗଭୀର ନଳକୂପ ମଧ୍ୟକୁ ଯାଇ ଶିଶୁଟିକୁ ଉଦ୍ଧାର କରି ଆଣି ପାରିବ। କମ ସମୟ ମଧ୍ୟରେ ୫୦ କିଲୋର ଓଜନ ବ୍ୟକ୍ତି ଙ୍କୁ ସହଜ ରେ ବାହାରକୁ ଆଣିବ। ଏହି ରବୋଟ୍ କେମ୍ପ୍ରସର୍ ଶିଶୁକୁ ଧରି ବାହାରକୁ ଆଣିବାରେ ସହାୟକ ହେବେ। କେବଳ ସେତିକି ନୁହେଁ, ବରଂ ବାହାରେ ଥାଇ ଫସିଥିବା ଶିଶୁର ଗତିବିଧି ଠାବ କରିବା ସହ ଅକ୍ସିଜେନ୍ ଯୋଗାଇବ। ଆଉ ମାଇକ୍ ଯୋଗେ ଶିଶୁ ସହ କଥାବାର୍ତ୍ତା ବି ହୋଇପାରିବେ ଉଦ୍ଧାରକାରୀ ଦଳ। ପ୍ରଥମେ ଏହି ରୋବଟ୍ର ଡେମୋ ପ୍ରସ୍ତୁତିରେ ୮୦୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏଥିରେ ଅତ୍ୟାଧୁନିକ ଉପକରଣ ଲାଗିଲେ ପାଖପାଖି ୪୦୦୦୦ ହଜାର ଟଙ୍କା ଖର୍ଚ୍ଚ ହେବ। ସରକାରୀ ପ୍ରୋତ୍ସାହନ ମିଳିଲେ ଏଭଳି ଯନ୍ତ୍ରାଂଶ ସାଧାରଣ ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ।