Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସର୍ବଭାରତୀୟ ଖୋର୍ଦ୍ଧା କପ ଟି-୨୦ କ୍ରିକେଟ୍‌ ମୁକ୍ତେଶ୍ୱର କ୍ଲବ ଭୁବନେଶ୍ୱରକୁ ହରାଇ ୟୁନିୟନ ସ୍ପୋଟିଂ ସେମିରେ।


ଖୋର୍ଦ୍ଧା,(LR NEWS ୦୫/୦୪)-ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫ୍ରଡ଼ଲାଇଟ୍ ଖୋର୍ଦ୍ଧା କପ୍ ଟି-୨୦ କ୍ରି୍ରକେଟ୍ ଟୁର୍ନାମେଂଟର ୨ୟ ଦିବସର ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜିର ପ୍ରଥମ ମ୍ୟାଚ ଭୁବନେଶ୍ୱରର ମୁକ୍ତେଶ୍ୱର କ୍ରିକେଟ୍ କ୍ଲବ ଓ କଟକର ୟୁନିୟନ ସ୍ପୋଟିଂ ମଧ୍ୟରେ ହୋଇଥିଲା । ୟୁନିୟନ ସ୍ପୋଟିଂ ଦଳ ପ୍ରଥମେ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୨୦ଓଭରରେ ୭ୱିକେଟ୍ ହରାଇ ୧୪୫ରନ୍ କରିଥିଲେ । ଦଳ ପକ୍ଷରୁ ଏମଡି ଆକ୍ରମ ସର୍ବାଧିକ ୩୨ରନ(୨୫ବଲ), ନିରଂଜନ ବେହେରା ୨୯ରନ୍‌(୨୪ବଲ) ଓ ଅଧିନାୟକ ଅନୁରାଗ କାନୋଜିୟା ୨୪ରନ(୧୮ବଲ) କରିଥିଲେ ।

ମୁକ୍ତେଶ୍ୱର ଦଳ ପକ୍ଷରୁ ପ୍ରିତମଜିତ୍ ଦାସ ୪ଓଭରରେ ୩୦ରନ ବ୍ୟୟ କରି ୩ଟି ୱିକେଟ୍ ଓ ମନୋଜ ବାରିକ ୪ଓଭରରେ ୨୧ରନ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଥିଲେ । ଜବାବରେ ମୁକ୍ତେଶ୍ୱର ଦଳ ୧୪୬ରନର ପିଛା କରି ୨୦ଓଭରରେ ୬ ୱିକେଟ୍ ହରାଇ ୧୩୪ରନ କରିଥିଲେ । ଫଳରେ ୟୁନିୟନ ସ୍ପୋଟିଂ ଦଳ ୧୧ରନରେ ମ୍ୟାଚଟିକୁ ଜିତି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ମୁକ୍ତେଶ୍ୱର ଦଳ ପକ୍ଷରୁ ରଣଜୀ ତରକା ଅନୁରାଗ ଷଡ଼ଙ୍ଗୀ ୪୨ରନ୍‌(୨୯ବଲ) ଏବଂ ଶୁଭ୍ରାଂଶୁ ସେନାପତି ୪୦ରନ(୩୩ବଲ) କରିଥିଲେ । ୟୁନିୟନ ସ୍ପୋଟିଂ ଦଳ ପକ୍ଷରୁ ଅନୁରାଗ କନୋଜିୟା ୪ଓଭରରେ ୧୨ରନ ବ୍ୟୟ କରି ୨ଟି ୱିକେଟ୍ ଓ ଶେଖର ମାଝି ୪ଓଭରରେ ୨୮ରନ ବ୍ୟୟ କରି ୨ଟି ୱିକେଟ୍ ନେଇଥିଲେ । ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ୟୁନିୟନ ସ୍ପୋଟିଂ ଦଳର ଅନୁରାଗ କନୋଜିୟାଙ୍କୁ ଓଡ଼ିଶାର ପୂର୍ବତନ ରଣଜୀ ଖେଳାଳୀ ପି ଜୟଚନ୍ଦ୍ର ଏଚଏଚ ଟାଇମ୍ସ ପ୍ରଦତ ଫାଷ୍ଟଟ୍ରାକ୍ ଫିଟନେସ୍ ବ୍ୟାଣ୍ଡ ପ୍ରଦାନ କରିଥିଲେ । ମ୍ୟାଚକୁ ପ୍ରିତିରଂଜନ ବିଜୟସିଂ ଓ ସଂବିତ୍ ପଟ୍ଟନାୟକ ପରିଚାଳନା କରିଥିବା ବେଳେ, କାଜଲ ବଳିୟାରସିଂହ ମ୍ୟାଚ ରେଫରୀ ଓ ଅସିତ୍ ପରିଡ଼ା ସ୍ପୋରବୋର୍ଡ଼ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ ମୁକ୍ତେଶ୍ୱର କ୍ଲବ ଭୁବନେଶ୍ୱର ଓ ଆଜିର ୨ୟ ମ୍ୟାଚର ବିଜେତାଙ୍କ ମଧ୍ୟରେ କରାଯିବ ।

Leave A Reply

Your email address will not be published.

1 × 4 =