ଖୋର୍ଦ୍ଧା, (LR NEWS୦୬/୦୪)-ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫ୍ରଡ଼ଲାଇଟ୍ ଖୋର୍ଦ୍ଧା କପ୍ ଟି-୨୦ କ୍ରି୍ରକେଟ୍ ଟୁର୍ନାମେଂଟର ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋଟିଂକୁ ୪ ୱିକେଟରେ ପରାସ୍ତ କରି ୟୁନିୟନ ସ୍ପୋଟିଂ କଟକ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଆଜି ପ୍ରଥମେ ରାମେଶ୍ୱର ସ୍ପୋଟିଂ ଟସରେ ଜିତି ବ୍ୟାଂଟି କରିବାକୁ ନିଷ୍ପତି ନେଇଥିଲେ । ୟୁନିୟନ ସ୍ପୋଟିଂର ନିଖୁଣ ବୋଲିଂ ଆଗରେ ରାମେଶ୍ୱର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ୱିକେଟ ବିନିମୟରେ ୯୮ରନ୍ କରିଥିଲେ । ଦଳ ପକ୍ଷରୁ ନିତେଶ ସାହୁ ସର୍ବାଧିକ ୩୫ରନ(୨୮ବଲ) ଓ ନରେନ୍ଦ୍ର ଦାସ ୨୧ରନ(୨୬ବଲ) କରିଥିଲେ । ୟୁନିୟନ ସ୍ପୋଟିଂ ଦଳ ପକ୍ଷରୁ ଆଶିଷ ରାୟ ୪ଓଭରରେ ୧୩ ଦେଇ ୨ଟି, ସର୍ବେଶ୍ୱର ମହାନ୍ତି ୪ଓଭରରେ ୧୬ରନ ଦେଇ ୨ଟି ଓ ଶେଖର ମାଝି ୪ଓଭରରେ ୨୪ରନ ଦେଇ ୨ଟି ୱିକେଟ୍ ନେଇଥିଲେ ।
ତେବେ ୯୯ରନର ପିଛା କରି ୟୁନିୟନ ସ୍ପୋଟିଂ ଦଳ ୧୮.୧ ଓଭରରେ ୬ଟି ୱିକେଟ ହରାଇ ଆବଶ୍ୟକ ରନ କରିନେଇଥିଲେ । ଦଳ ପକ୍ଷରୁ ଅନୁରାଗ କନୋଜିୟା ୩୧ରନ୍(୨୬ବଲ), ଭେଙ୍କଟେଶ ଏ,ଭାଣ୍ଡେ ୨୩ରନ(୨୩ବଲ) ଓ ଲିଲାଧର ୧୬ରନ(୧୯ବଲ) କରିଥିଲେ । ରାମେଶ୍ୱର ଦଳ ପକ୍ଷରୁ ବିଶ୍ୱଜିତ୍ ଭୁୟାଁ ୪ଓଭରରେ ୨୨ରନ ଦେଇ ୨ଟି ୱିକେଟ୍ ଓ ରାକେଶ ଶର୍ମା ୪ଓଭରରେ ୨୫ରନ ଦେଇ ୨ଟି ୱିକେଟ୍ ନେଇଥିଲେ । ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ୟୁନିୟନ ସ୍ପୋଟିଂ ଦଳର ଆଶିଷ ରାୟଙ୍କୁ ଆର୍ନ୍ତଜାତିକ ହକି ତାରକା ତଥା ଭାରତ ହକି ଦଳର ଅଧିନାୟକ ଦିଲ୍ଲୀପ ତିର୍କୀ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ପରଫର୍ମର ଅପ ଦ ଡ଼େ ଭାବେ ଅନୁରାଗ କନୋଜିୟାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ମ୍ୟାଚକୁ ପ୍ରିତିରଂଜନ ବିଜୟସିଂ ଓ ସଂବିତ୍ ପଟ୍ଟନାୟକ ପରିଚାଳନା କରିଥିବା ବେଳେ, କାଜଲ ବଳିୟାରସିଂହ ମ୍ୟାଚ ରେଫରୀ ଓ ଅସିତ୍ ପରିଡ଼ା ସ୍ପୋରବୋର୍ଡ଼ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ରେଷ୍ଟ ଡ଼େ ଥିବାରୁ ଓଡ଼ିଶା ମହିଳା କ୍ରିକେଟ୍ ଦଳର ୨ଟି ଟିମ୍ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ କରାଯିବ ଓ ଏହି ମ୍ୟ।।ଚରେ ଦୃତଧାବିକା ତଥା ଅଲମ୍ପିୟାନ ଦୁତିଚାନ୍ଦ ଅତିଥି ଭାବେ ଉପସ୍ଥିତ ରହିବେ ବୋଲି କ୍ଲବର କୋଷାଧ୍ୟକ୍ଷ ଚଣ୍ଡିପ୍ରସାଦ ଆଚାର୍ଯ୍ୟ କହିଛନ୍ତି । ଏଥିସହ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ୪ଜଣ ମହିଳା କ୍ରିକେଟିୟର ରସନାରା ପରବିନ୍, ଶୁଶ୍ରୀ ଦିବ୍ୟଦର୍ଶିନୀ, ମଧୁସ୍ମିତା ବେହେରା ଓ ପ୍ରୀୟଙ୍କା ସାହୁଙ୍କୁ ସମ୍ମାନୀତ କରାଯିବ ।