Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସର୍ବଭାରତୀୟ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଉଦ୍‌ଘାଟିତ ଖୋର୍ଦ୍ଧା।

ଖୋର୍ଦ୍ଧା (LR NEWS୦୪/୪)-ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମ ପରିସରରେ ଆରମ୍ଭ ହୋଇଛି ସର୍ବଭାରତୀୟ ୪ର୍ଥ ରାତ୍ରକାଳିନ ଖୋର୍ଦ୍ଧା କପ୍ ଟି-୨୦ କ୍ରିକେଟ୍ ଟୁର୍ନାମେଂଟ୍ । ଟୁର୍ନାମେଂଟରେ ଆର୍ନ୍ତଜାତିକ ଖ୍ୟାତି ସଂପର୍ଣ୍ଣ କ୍ରିକେଟ୍ ଖେଳାଳୀ ସୟଦ ସାବା କରିମ୍‌, ଦେବାଶିଷ ମହାନ୍ତି, ବେଗୁନିଆ ବିଧାୟକ ତଥା କ୍ରିକେଟ୍ ଆସୋସିଏସନ ଅଫ ଖୋର୍ଦ୍ଧା ଡ଼ିଷ୍ଟ୍ରିକ୍ଟର ସଭାପତି ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଓସିଏର କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମ୍ମୁଖ ଅତିଥି ଭାବେ ଯୋଗଦେଇ ଟୁର୍ନାମେଂଟ୍‌କୁ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ ।

ଏଥିସହ ଛୋଟଛୋଟି ପିଲାମାନଙ୍କ ମଧ୍ୟରେ କ୍ରିକେଟ୍ ପ୍ରତିଭାକୁ ଅଧିକ ବଢାଇବା ଉଦେଶ୍ୟରେ ଏକ କ୍ରିକେଟ୍ ଏକାଡ଼େମୀକୁ ମଧ୍ୟ ଅତିଥିମାନେ ଉଦଘାଟନ କରିଥିଲେ । ଉଦଘାଟିନୀ ମ୍ୟାଚ ଭୁବନେଶ୍ୱରର ରାମେଶ୍ୱର ସ୍ପୋଟିଂ ଓ ଖୋର୍ଦ୍ଧା ଜିଲ୍ଲା ଏକାଦଶ ମଧ୍ୟରେ ହୋଇଥିଲା । କିନ୍ତୁ କାଳବୈଶାଖି କାରଣରୁ ଆଜିର ମ୍ୟାଚ ବାତିଲ ହୋଇଥିବା ବେଳେ, ଆସନ୍ତାକାଲି ଏହି ମ୍ୟାଚକୁ ପୁର୍ନବାର ଖେଳାଯିବ ।

ଆଜିର ମ୍ୟାଚରେ ପ୍ରଥମେ ରାମେଶ୍ୱର ଦଳ ପ୍ରଥମେ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ୧୮.୧ ଓଭରରେ ୪ୱିକେଟ୍ ହେରାଇ ୧୨୮ରନ କରିଥିଲେ । ଠିକ୍ ଏହି ସମୟରେ କାଳବୈଶାଖିର ତାଣ୍ଡବ ଯୋଗୁ ମ୍ୟାଚକୁ ବାଧ୍ୟ ହୋଇ ମ୍ୟାଚ ପରିଚାଳକ ବାତିଲ କରିଥିଲେ । ଆଜିର ମ୍ୟାଚ୍‌କୁ ସଂଦିପ୍ ପଟ୍ଟନାୟକ ଓ ପ୍ରୀତିରଂଜନ ବିଜୟସିଂ ପରିଚାଳନା କରିଥିବା ବେଳେ କାଜଲ ବଳିୟାରସିଂ ମ୍ୟାଚ୍ ରେଫରୀ କାର୍ଯ୍ୟ ତୁଲାଇଥିଲେ ।

ଆସନ୍ତାକାଲିର ମ୍ୟାଚ୍ ଭୁବନେଶ୍ୱରର ମୁକ୍ତେଶ୍ୱର କ୍ରିକେଟ୍ କ୍ଲବ ଓ କଟକର ୟୁନିୟନ ସ୍ପୋଟିଂ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ । ଏଥିସହ ବାତିଲ ହୋଇଥିବା ମ୍ୟାଚକୁ ମଧ୍ୟ ପୁର୍ନବାର କରାଯିବା ବୋଲି ଖୋର୍ଦ୍ଧା କ୍ରିକେଟ୍ ଆସୋସିଏସନର କୋଷାଧ୍ୟକ୍ଷ ଚଣ୍ଡିପ୍ରସାଦ ଆଚାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.

7 + 5 =