Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାରମ୍ବାର ରାଜସ୍ୱ ଆଦାୟକୁ ବିରୋଧ କରି ସତାଧିକ ରୁ ଉର୍ଦ୍ଧ୍ବ ଟ୍ରକ ଡ୍ରାଇଭର ଓ ହେଲ୍ପର ଙ୍କ ତହସିଲ ଘେରାଉ, ଦାବି ପତ୍ର ପ୍ରଦାନ।

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୧୫.୦୯.୨୦୨୦) – : ବିଗତ ମାର୍ଚ୍ଚ ମାସ ଠାରୁ କରୋନା ମହାମାରୀ ଆସିବା ପରେ ସରକାର ଙ୍କ ନିର୍ଦେଶକ କୁ ମାନି ପୋଲସରା ବ୍ଳକ ର ସମସ୍ତ ଟ୍ରକ ଓ ଟ୍ରାକ୍ଟର କୁ ବନ୍ଦ ରଖିଥିଲା ମାଲିକ ସଙ୍ଘ । ବର୍ତ୍ତମାନ ସେପ୍ଟେମ୍ବର ଏକ ଠାରୁ ମାଲ ବାହି ଗୁଡିକୁ ଚାଲୁ କରିଥିବା ବେଳେ ପୋଲସରା ତହସିଲ ତରଫରୁ ବାରମ୍ବାର ଗାଡିକୁ ଅଟକାଇବା ସହ ୧୦ ରୁ ୨୦ ହଜାର ଉର୍ଦ୍ଧ୍ବ ଟଙ୍କା ଦାବି କରୁଥିବା ଜଣାପଡ଼ିଛି। ଏହାକୁ ବିରୋଧ କରି ମାଲିକ ମାନେ ପାଞ୍ଚ ଦିନ ହେବ ସମସ୍ତ ଗାଡିକୁ ବନ୍ଦ କରିଦେଇଛନ୍ତି। ଯାହା ଫଳରେ ଏହି ଟ୍ରକ ଟ୍ରାକ୍ଟର ଗାଡ଼ିରେ ନିୟୋଜିତ ଥିବା ଡ୍ରାଇଭର ଓ ହେଲ୍ପର ମାନେ କର୍ମ ହରାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜି ସମସ୍ତ ଡ୍ରାଇଭର ଓ ହେଲ୍ପର ମାନେ ମିଶି ପୋଲସରା ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କର୍ମ ନିଯୁକ୍ତି ପାଇଁ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଦାବି ପ୍ରଦାନ କରିଛନ୍ତି। ଦାବିରେ ମୁଖ୍ୟତଃ ରହିଛି ଆଜକୁ ୧୩ ଦିନ ଧରି ଗାଡି ଚାଲିଆସୁଥିବା ବେଳେ ବାରମ୍ବାର ଟ୍ରକ ଓ ଟ୍ରାକର କୁ ତହସିଲ କାର୍ଯ୍ଯାଳୟ ତରଫରୁ ଅଟକାଇ ରାଜସ୍ୱ ଦେବା ପାଇଁ ବାଧ୍ୟ କରୁଛନ୍ତି। ଅନ୍ୟ ପଟେ ଗାଡି ମାନେ ଯେଉଁଠାରୁ ବାଲି ଓ ପଥର ଆଣୁଛନ୍ତି ସେମାନଙ୍କୁ ଖଦାନ ରୁ ସରକାରୀ ରସିଦ ଦିଆ ଯାଉନାହିଁ । ଏହାକୁ ବିରୋଧ କରି ସମୂହ ଚାଳକ ଓ ହେଲ୍ପର ମାନେ କର୍ମ ନିଯୁକ୍ତି ପାଇଁ ତହସିଲଦାର ଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି ।ଟଙ୍କା ଆଦାୟ କଥାକୁ ନେଇ ତହସିଲଦାର ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇନଥିଲା ।

Leave A Reply

Your email address will not be published.

fifteen − one =