Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ଙ୍କ ଅକାଳ ବିୟୋଗ।

ବ୍ରହ୍ମପୁର, (ଟୁକୁନା ପ୍ରଧାନ, ) – : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀ (୬୦) ଙ୍କ ଗୁରୁବାର ମଧ୍ୟ ରାତ୍ରିରେ ଅକାଳ ବିୟୋଗ ଘଟିଛି। ଗୁରୁବାର ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ କାର୍ ଯୋଗେ ଭୂବନେଶ୍ବର ଯାଉଥିବା ସମୟରେ ରାସ୍ତାରେ ହାର୍ଟ ଆଟାକ୍ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଜଣେ ନିଷ୍ଠାପର, ନିର୍ଭୀକ ଓ ଦାୟିତ୍ବବାନ ଅଭିଜ୍ଞ ଜନପ୍ରତିନିଧି ଙ୍କ ମୃତ୍ୟୁ ପରେ ପଞ୍ଚାୟତ ସମେତ ପୁରା ବ୍ଲକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜଣେ ପରୋପକାରୀ, ନିଷ୍ଠାବାନ ବ୍ଯକ୍ତିଙ୍କୁ ପଞ୍ଚାୟତ ହରାଇଲା ବୋଲି ମତପ୍ରକାଶ ପାଇଛି। ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁତ୍ର ମୁର୍ତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ ନିମନ୍ତେ ମୃତ ସରପଞ୍ଚଙ୍କ ବାସଭବନରେ ଉପସ୍ଥିତ ଦେଖିବାକୁ ମିଳିଥିଲା। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ,କୁମ୍ଭାରଗାଁ ପଞ୍ଚାୟତ ପି ଇଓ ସୁଦୂରୁ ସାହୁ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ସରପଞ୍ଚ ସରୋଜ କୁମାର ସାହୁ, ପୂର୍ବତନ ସରପଞ୍ଚ ଦେବରାଜ ସ୍ଵାଇଁ, କଂଗ୍ରେସ ନେତା ବୁଲା ଜେନା, ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସେପଟେ କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ରଂଜନ କୁମାର ପୋଲାଇ ଙ୍କ ସହ ବେଗୁନିଆପଡ଼ା ବିଜେପି ମଣ୍ଡଳ ସଭାପତି ସୁଦର୍ଶନ ସାହୁ, କୋଦଳା ମଣ୍ଡଳ ସଭାପତି ମଧୂସୁଦନ ଜେନା, ରମାକାନ୍ତ ଦୋରା, ଅଙ୍ଗାରଗାଁ ମଣ୍ଡଳ ସଭାପତି ନିରଞ୍ଜନ ସ୍ଵାଇଁ, ନାରାୟଣ ସୁମନ୍ତରାୟ, ପ୍ରମୁଖ ମଧ୍ୟ ସ୍ବର୍ଗତ ସରପଞ୍ଚଙ୍କ ମର ଶରୀରରେ ପୁଷ୍ପଗୁଛ ଅର୍ପଣ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।ସେହିପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ରାଜନେତା, ସରପଞ୍ଚ, ସମିତି ସଭ୍ଯ ସମେତ ବହୁ ଗ୍ରାମବାସୀ ମଧ୍ଯ ସମବେଦନା ଜଣାଇବା ସହ ଶେଷଦର୍ଶନ କରିଛନ୍ତି । ଶେଷରେ ନିଜ ଗାଁ ଶସ୍ମାନ ରେ ଶେଷକୃତ୍ୟ ସଂପନ୍ନ ହୋଇଛି ।

Leave A Reply

Your email address will not be published.

1 × 5 =