Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସ୍ଵାମୀଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ରେ ପତ୍ନୀଙ୍କ ମୃତ୍ୟୁ।

ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୩.୦୭. ୨୦୨୦) – : ସ୍ୱାମୀଙ୍କ ମୃତ୍ୟୁର 5 ଦିନ ପୂରଣ ଦିନ ପତ୍ନୀ ଆଖି ବୁଜିଲେ l ଏପରି ଦୁଃଖଦ ଘଟଣା ଘଟିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ l ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା(୭୩) ଙ୍କର ସ୍ୱାଭାବିକ ଭାବରେ ମୃତ୍ୟୁ ହେବା ପରେ ଆଜି ତାଙ୍କ ଧର୍ମ ପତ୍ନୀ କମା ଜେନା (୬୫)ଆଜି ନିଜ ବାସଭବନରେ ଆଖି ବୁଝିଛନ୍ତି l ଏପରି ଦୁଃଖଦ ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି l ଉଭୟ ସ୍ଵାମୀ ଓ ସ୍ତ୍ରୀ ଅତି ମିଷ୍ଟଭାଷୀ ଥିବା ବେଳେ ପରୋପକାରୀ ଥିଲେ l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଏକମାତ୍ର ପୁତ୍ର, ପୁତ୍ର ବଧୁ, ଜ୍ୱାଇଁ, ନାତି ନାତୁଣୀ ଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ସାମାଜିକ ଦୂରତ୍ୱ ରଖି ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Leave A Reply

Your email address will not be published.

two × 3 =