Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଙ୍କୁ ହତ୍ୟା ଉଦ୍ୟମ, ଘଟଣାର ତଦନ୍ତ ପାଇଁ ଡିଆଇଜିଙ୍କୁ ଦାବି ପତ୍ର ପ୍ରଦାନ।

ଗଞ୍ଜାମ, (LR NEWS ଟୁକୁନା ପ୍ରଧାନ, ୨୩.୦୭.୨୦୨୦) – : ଗଞ୍ଜାମ ଜିଲ୍ଲା ବି ଜେ ପି ସଭାପତି ବିଭୂତି ଭୂଷଣ ଜେନା ଙ୍କ ଆକ୍ରମଣ ପାଇଁ ହୋଇଥିବା ଷଡଯନ୍ତ୍ର ଘଟଣାର ତଦନ୍ତ ଓ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଜୁଲାଇ ୧୮ ତାରିଖ ଭୋର ୩ଟା ସମୟରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଗୋଳନ୍ଥରା ଥାନା ସ୍ଥିତ ବାସ ଭବନରେ ଥିବା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି କିଛି ଦୁର୍ବୃତ୍ତ ମାନେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବିଭୂତି ଙ୍କ କିଛି କର୍ମଚାରୀ ଙ୍କ ପାଟି ଶୁଣି ଦୃବର୍ତ୍ତମାନେ ଦୌଡ଼ି ପଳାଇ ଥିଲେ । ଏହି ଘଟଣା ସଂପର୍କରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଯାହାର କେସ୍ ନମ୍ବର ୧୯୧/୨୦୨୦ ଇତିମଧ୍ୟରେ ଛଅଦିନ ବିତିଯାଇଥିଲେ ମଧ୍ୟ ଦୋଷୀ ମାନେ ପୋଲିସ ହାତରେ ଧରାପଡିନାହାଁନ୍ତି ।ଜିଲ୍ଲା ସଭାପତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ଉଦ୍ୟମ ପଛରେ ଏକ ପ୍ରକାର ବଡ ଷଡଯନ୍ତ୍ର ବୋଲି କହୁଛନ୍ତି କର୍ମକର୍ତ୍ତା ଏବଂ ଯାହାକୁ କର୍ମକର୍ତ୍ତା ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ପୋଲିସ ତ୍ବରିତ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ଘଟଣାକୁ ନେଇ ଗତକାଲି ବିଜେପି ପକ୍ଷରୁ  ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ପ୍ରବୀର ପାତ୍ର, ଏନ.ରାଜେନ୍ଦ୍ର କୁମାର,ପ୍ରଶାନ୍ତ କୁମାର କର, ପ୍ରଭାତ ଷଢଙ୍ଗୀ,ସୁନୀଲ କୁମାର ସାହୁ,ପ୍ରମୁଖ ନେତୃତ୍ବରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

twenty − 12 =