ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) – :କରୋନା ମହାମାରୀକୁ ନେଇ ଲକ୍ ଡାଉନ୍ ପରେ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବେଳେ ଏବେ ଉଭୟ ରାଜ୍ୟର ସରକାରଙ୍କ ଆଲୋଚନା ପରେ ଘର ବାହୁଡ଼ା ହେଉଛନ୍ତି ଶ୍ରମିକ ମାନେ ।ଆଜି ଗଂଜାମ କୋଦଳା ଠାରେ ପହଞ୍ଚିଛନ୍ତି ୫୮ ଜଣ ଓଡ଼ିଆ ଶ୍ରମିକ। ସୂଚନା ଅନୁସାରେ ଗୁରୁବାର ସକାଳୁ ସୁରଟରୁ ଏକ ବସ୍ ଯୋଗେ ବାହାରିଥିଲେ ୫୮ ଜଣ ଓଡ଼ିଆ ଶ୍ରମିକ ।ଏ ସମସ୍ତ ବ୍ଯକ୍ତି ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମର୍ଦ୍ଦମେଖ ପଞ୍ଚାୟତର ବେଲଝରୀ, କୁସୁନପୁର, କନ୍ଦିଆ, ଗୁଡିଆଳି ଓ ଦିଗି ଗ୍ରାମର ବୋଲି ଜଣାପଡିଛି।ଏହା ବ୍ୟତୀତ ମର୍ଦ୍ଦକୋଟ , କାଳିମେଘି, ବୁଢାମ୍ବ,ବାଦର୍ଖପୁର, ତାଳପଡା, ହିଣ୍ଡଳ, ଖଣ୍ଡିଦେଉଳି ଅଞ୍ଚଳରୁ ମଧ୍ୟ କିଛି ଶ୍ରମିକ ଏହି ବସ୍ ରେ ଆସିଥିବା ଜଣାପଡିଛି । । ଶ୍ରମିକ ମାନେ ନିଜସ୍ୱ ଖର୍ଚ୍ଚ ରେ ଆସିଥିବା ପ୍ରକାଶ କରିଛନ୍ତି ।ସମସ୍ତ ନୋଡ଼ାଲ ହାଇସ୍କୁଲ ଠାରେ ଥିବା କ୍ୟୁରେଣ୍ଟାଇନ ଗୃହ ରେ ରଖାଯାଇଛି। ସ୍ଥାନୀୟ ସରପଞ୍ଚ ହୃଷୀକେଶ ମେହେଣା, ତହସିଲଦାର ପ୍ରଭାତ କୁମାର ପରିଡା, ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ନୋଡ଼ାଲ ଅଫିସର ମଳୟ କୁମାର ବେହେରା , ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ, ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।