Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲା ଦଣ୍ଡାସିକୂଳ ମହାସଂଘ ତରଫରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ୨୫୦ଟଙ୍କାର ସହାୟତା ରାଶି ପ୍ରଦାନ।

ଗଞ୍ଜାମ (LR NEWS ଟୁକୁନା ପ୍ରଧାନ, ୦୨.୦୫.୨୦୨୦) – :ମହାମାରୀ କରୋନା ମୂକାବିଲା ପାଇଁ ସାରା ବିଶ୍ବ ପ୍ରଚେଷ୍ଟା ଚଳାଇଛି।ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ, କର୍ମଚାରୀ ,ବହୁ ବଦାନ୍ୟ ବ୍ୟକ୍ତି ,ସାଧାରଣ ଲୋକ ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ପର୍ଯ୍ୟନ୍ତ ନିଜ ନିଜର ସାମର୍ଥ୍ୟ ଅନୁସାରେ ବ୍ୟକ୍ତିଗତ ସହଯୋଗ ଠାରୁ ଆରମ୍ଭ କରି ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ଦଣ୍ଡାସିକୂଳ ମହାସଂଘର ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ଦ୍ବାରା ସଂଗୃହିତ ହୋଇ ଥିବା ୫୦ ହଜାର ୨୫୦ଟଙ୍କାକୁ, ଜିଲ୍ଲା ସଭାପତି ଭୀକାରୀ ଚରଣ ନାୟକ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଦ୍ବାରା ବିଡ଼ିଓ ନବକୃଷ୍ଣ ଜେନାଙ୍କ ମାଧ୍ୟମରେ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବ୍ୟାଙ୍କ ଡ୍ରାଫ୍ଟ ଦ୍ବାରା ପ୍ରଦାନ କରିଛନ୍ତି। ଏହି ସମୟରେ ଜିଲ୍ଲା ପାରାଲିଗାଲ ଭଲ୍ୟୁଣ୍ଟର ପଦ୍ମ ଚରଣ ସାହୁ ,ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ଓ ଯୁବନେତା ଦୈତାରୀ ବେହେରା ଉପସ୍ଥିତ ଥିଲେ।ଏହି ରାଶି ସଂଗ୍ରହରେ ଜିଲ୍ଲା ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ,ସଂପାଦକ ସୁବାସ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଅଭିମନ୍ୟୁ ନାୟକ,ଉପଦେଷ୍ଟା ଦୀନବନ୍ଧୁ ନାୟକଙ୍କ ସହିତ ତାଲୁକା ସଭାପତି ମୋଚିରାମ ନାୟକ, ଦଣ୍ଡପାଣି ନାୟକ,ଗୋବିନ୍ଦ ନାୟକ,ଦୀବାନ ନାୟକ, ରଙ୍କ ନାୟକ ଓ ଶ୍ରୀକାନ୍ତ ନାୟକ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଭ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

five + 9 =