Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ଫେରନ୍ତାଙ୍କୁ ନେଇ ଆସିବା ବେଳେ ବସ୍ ଓଲଟିଲା, ସୁରତରୁ ଫେରିବା ବେଳେ ଅଧ ବାଟରେ ଦୁର୍ଘଟଣା ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) – : ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସିମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍‌ଟି ଗଞ୍ଜାମ ଯାଉଥିବା ସୂଚନା।ମିଳିଥିବା ସୂଚାନୁସାରେ ବସ୍‌ରେ ପାଖାପାଖି ୫୦ ଯାତ୍ରୀ ଥିବା କୁହାଯାଉଛି। ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଥିବା ଖବର ମିଳିଛି। ଆହତମାନଙ୍କ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ପୁଲିସ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଦୁର୍ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଦୁର୍ଘଟଣାଗ୍ରସ୍ତ ବସର ନାଁ ଶ୍ରୀ ପଟେଲ । ଗାଡି ନମ୍ବର- ଜିଜେ୧୮ଏକ୍ସ୨୬୮୩ । ସେପଟେ ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.

1 × two =