Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ମୁକାବିଲା ନେଇ ତାଲିମ ଶିବିର ଅନୁଷ୍ଠିତ ।

ଗଞ୍ଜାମ , (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) – : ପ୍ରବାସୀ ଓଡ଼ିଆଙ୍କୁ କିପରି ସଂଗରୋଧଗୃହ ରେ ରଖାଯିବ ଏବଂ ସରକାରଙ୍କ ନିୟମାବଳୀ ରହିଛି ସେହି ବିଷୟରେ ବିଡିଓ ବେଦବର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବେଗୁନିଆପଡ଼ା ବ୍ଲକ ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା ଯୋଗ ଦେଇ ପ୍ରବାସୀ ଫେରନ୍ତା ମାନଙ୍କୁ ଉତ୍ତମ ବ୍ୟବହାର, ସରକାରଙ୍କ ନିୟମ ପ୍ରକାରେ ଖାଦ୍ୟ ଯୋଗାଣ, ଯୋଗାସନର ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରୀକ୍ଷା ଆଦି ପ୍ରତି ଗୁରୁତ୍ୱ ଦେବା ପାଇଁ କହିଥିଲେ । ସଂଗରୋଧ ଗୃହରେ ସଠିକ ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ପାଇଖାନା ର କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବା ପାଇଁ କହିଥିଲେ । ଏଥିରେ ନୋଡାଲ ଅଫିସର,କନିଷ୍ଠ ଯନ୍ତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.

12 − 10 =