Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ରେ ସଚେତନ କରୁଛନ୍ତି ଗଣମାଧ୍ୟମ ର ପ୍ରତିନିଧି ମାନେ ।

ଗଞ୍ଜାମ, (ଟୁକୁନା ପ୍ରଧାନ, ୦୨.୦୫.୨୦୨୦) – : କରୋନା ପ୍ରଭାବରେ ସାରା ଦେଶରେ ଏବେ ଲକ୍ ଡାଉନ୍ ସ୍ଥିତି । ଏହି ସମୟରେ ଜିଲ୍ଲାକୁ ଆସୁଛନ୍ତି ପ୍ରବାସୀ ଓଡ଼ିଆ । ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଅନେକ ନିଜ ବ୍ୟବସ୍ଥାରେ ବସ୍ ଯୋଗେ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ ଅନ୍ୟ କେତେ ପ୍ରବାସୀ ଓଡିଆ କିଏ କେଉଁ ରାଜ୍ଯ ରୁ ମଧ୍ଯ କେତେକ ଜଳପଥରେ ଗଞ୍ଜାମକୁ ଆସୁଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାକୁ ଅଧିକ ସତର୍କ ରହିବା ଆବଶ୍ୟକତା ରହିଛି ବୋଲି ବ୍ରହ୍ମପୁର ସହରରେ ଗତକାଲି ସଚେତନତା କରିଛନ୍ତି ଗଣମାଧ୍ୟମ ପ୍ରତିନିଧି । ସହରର ମୟୂରୀଟାୱର ଛକ ନିକଟରେ ଏହି ଅବସରରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ଠାରୁ ଆରମ୍ଭ କରି ହାତକୁ ସାନିଟାଇଜର୍ କରିବା ସହ ସାମାଜିକ ଦୂରତ୍ବକୁ ମାନିବାକୁ କହିଛନ୍ତି ଗଣମାଧ୍ୟମର ପ୍ରତିନିଧିମାନେ ।ଏଥିରେ ବହୁ ଗଣ ମାଧ୍ୟମର ପ୍ରତିନିଧି ମାନେ ସାମିଲ୍ ଥିଲେ ।

Leave A Reply

Your email address will not be published.

five + 5 =