Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା” ମୁକାବିଲାପାଇଁ ସଚେତନତାର ବାର୍ତ୍ତା ବାଣ୍ଟିଲା ବିଜେପି।

ଖୋର୍ଦ୍ଧା (LR NEWS ୨୭/୪) କରୋନା”କୁ ମୁକିବିଲା କରିବାପାଇଁ ସଚେତନତା ହିଁ ଏକମାତ୍ର ମାର୍ଗ। ବିଶେଷକରି ବାରମ୍ବାର ସାବୁନ୍ ଓ ସାନିଟାଇଜର୍ ମାଧ୍ୟମରେ ହାତକୁ ସଫାକରିବା,ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା। ଏହିସବୁ ସଚେତନତାର ବାର୍ତ୍ତାକୁନେଇ ଖୋର୍ଦ୍ଧା ନିର୍ବାଚନମଣ୍ତଳୀ ବିଜେପି ତରଫରୁ ବିଧାୟକ ପ୍ରାର୍ଥୀ ଶ୍ରୀ କାଳୁ ଖଣ୍ତେଇତରାୟ ଗ୍ରାମ,ବଜାର ଏବଂ ସାପ୍ତାହିକ ହାଟରେ ମାସ୍କ ଓ ସାନିଟାଇଜର୍ ବାଣ୍ଟି, ଲୋକମାନଙ୍କୁ ସାମାଜିକ ଦୂରତ୍ବ ବଜାୟରଖିବାପାଇଁ ନିବେଦନ କରୁଛନ୍ତି।

ଗତକାଲି ଖୋର୍ଦ୍ଧାବ୍ଳକ୍ ମଳିପଡା ସାପ୍ତାହିକ ହାଟରେ ଚାଷୀ,ବ୍ଯବସାୟୀ ଏବଂ ଜନସାଧାରଣଙ୍କୁ ମାସ୍କ ପିନ୍ଧାଇ,ସାନିଟାଇଜର ମାଧ୍ୟମରେ ସେମାନଙ୍କ ହାତକୁ ସଫା କରାଇଛନ୍ତି । ପରେ ପରେ ଦଳ ତରଫରୁ ଗୋଳବାଇଶାସନ ପଞ୍ଚାୟତର ଚନ୍ଦ୍ରମାପାଟପୁର ଓ ଗୋଳବାଇ ବଜାରରେ ଘର ଘର ବୁଲି ମାସ୍କ ଏବଂ ସାନିଟାଇଜର୍ ବଣ୍ଟନ କରାଯାଇଥିଲା।

ବିଜେପି କୃଷକମୋର୍ଚ୍ଚାର ରାଜ୍ଯ ଉପସଭାପତି ଶ୍ରୀ ଶ୍ରୀରଂଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଆୟୋଜିତ ଉପରୋକ୍ତ କାର୍ଯ୍ଯକ୍ରମରେ ଦକ୍ଷୀଣ ମଣ୍ତଳସଭାପତି ସୀତାରାମ ରାଉତରାୟ, ଯୁବନେତା କିଶୋର ବରାଳ,ଗୋଳବାଇଶାସନ ସରପଞ୍ଚ ବିପିନି ସେଠୀ,ପୂର୍ବତନ ମଣ୍ତଳ ସଭାପତି ରମାକାନ୍ତ ଯେନା,ବିଭୂତି ବିଶୋୟୀ,ରଙ୍କନାଥ ଯେନା,ଟୁନା ମାଝି,ପଞ୍ଚାନନ ଯେନା ଓ ରଂଜିତ୍ ମହାପାତ୍ର ପ୍ରମୁଖ ଦଳୀୟ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ…

Leave A Reply

Your email address will not be published.

seventeen − 17 =