Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଯୁବ ସ୍ଵେଚ୍ଛାସେବୀ ମାନଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ମାସ୍କ ଓ ସାବୁନ୍ ବଣ୍ଟନ।

ଗଞ୍ଜାମ,( LR News, ଟୁକୁନା ପ୍ରଧାନ , ୨୭.୦୪.୨୦୨୦) – : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ,ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ । ସେମାନେ ନିଜ କର୍ତ୍ତବ୍ୟ ସହ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ମାସ୍କ, ସାବୁନ, ଅତ୍ୟାବଶ୍ୟକ ସମାଗ୍ରୀ, ସାନିଟାଇଜର ବାଣ୍ଟିବା ସହ ସଚେତନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

ସେହିପରି ଅଙ୍ଗାରଗାଁ କିଛି ଯୁବକ ନିଜ ଖର୍ଚ୍ଚ ରେ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ଅଙ୍ଗାରଗାଁ ପଞ୍ଚାୟତ ର ଅତି ଗରିବ ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସମାଗ୍ରୀ ଯଥା ଡାଲି, ଚାଉଳ, ଚୁଡା, ଚିନି ମାସ୍କ, ସାବୁନ ଆଦି ବାଣ୍ଟିବା ସହ କରୋନା ଭାଇରସ ର ଭୟଭୟତା ଉପରେ ସଚେତନ କରିଥିଲେ। ଏଥିରେ ଯୁବ ସ୍ଵେଚ୍ଛାସେବୀ ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର ସାହୁ, ବିଷ୍ଣୁ ପ୍ରସାଦ ସାହୁ, ରୂପକ କୁମାର ସାହୁ, ରଞ୍ଜନ ମହାରଣା ପ୍ରମୂଖ ସାମିଲ୍ ଥିଲେ ।

Leave A Reply

Your email address will not be published.

five × 4 =