Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧାରେ ଅକ୍ଷିମୁଠି ଅନକୂଳ କଲା ବିଜେପି କୃଷକମୋର୍ଚ୍ଚା।

ଖୋର୍ଦ୍ଧା (LR NEWS ୨୬/୪) ଖୋର୍ଦ୍ଧାରେ ଅକ୍ଷିମୁଠି ଅନକୂଳ କଲା ବିଜେପି କୃଷକ ମୋର୍ଚ୍ଚା ଅୟତୃତୀୟା ଓଡିଶାର ପାରମ୍ପରିକ କୃଷିଭିତ୍ତିକ ପର୍ବ,ଯାହା କୃଷକର କୃଷିକାର୍ଯ୍ଯର ଆଦ୍ଯଅନକୂଳ ପର୍ବ ଭାବରେ ପରିଚିତ । ଆଜି ଓଡିଶାର ପୁରପଲ୍ଲୀରେ ଚାଷୀ ତାର ଧାନ କ୍ଷେତରେ ଅକ୍ଷିମୂଠି ଅନକୂଳକରି ଚାଷକାର୍ଯ୍ଯ ଆରମ୍ଭକରେ । ଏହି ଅବସରରେ ଖୋର୍ଦ୍ଧାଜିଲ୍ଲାର ବିଭିନ୍ନସ୍ଥାନରେ ଚାଷୀ ଏବଂ ଅନ୍ଯାନ୍ଯ ଚାଷୀ ସଂଗଠନ ନିଜ ନିଜ ଅଞ୍ଚଳରେ ନିଜସ୍ବ ଶସ୍ଯକ୍ଷେତରେ ଧାନ ବିହନ ବୁଣିଥାନ୍ତି ।

ଏହି ଅବସରରେ ସମ୍ପ୍ରତି “କରୋନା” ଯୋଗୁଁ ଲକ୍ ଡାଉନ୍ ସତ୍ବେ ସାମାଜିକ ଦୂରତ୍ବକୁ ଗୁରୁତ୍ବଦେଇ ମୁହଁରେ ମାସ୍କ ବାନ୍ଧି ବିଜେପି କୃଷକମୋର୍ଚ୍ଚା ତରଫରୁ ଖୋର୍ଦ୍ଧା ବ୍ଳକ୍ ଗୋଳବାଇଶାସନଠାରେ ଗାଁର ଅଗ୍ରଣୀ ଯୁବଚାଷୀ ଶ୍ରୀ ରମାକାନ୍ତ ଯେନାଙ୍କ ଧାନକ୍ଷେତରେ ଅକ୍ଷିମୂଠି ଅନକୂଳ କରାଯାଇଥିଲା ।

ରାଜ୍ଯ କୃଷକମୋର୍ଚ୍ଚା ଉପସଭାପତି ଶ୍ରୀ ଶ୍ରୀରଂଜନ ମଙ୍ଗରାଜଙ୍କ ସଂଚାଳନାରେ ଉକ୍ତ କାର୍ଯ୍ଯକ୍ରମରେ ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଶ୍ରୀ କାଳୁ ଚରଣ ଖଣ୍ତେଇତରାୟ ଯୋଗଦେଇ ଅନକୂଳ ଆରମ୍ଭକରିଥିଲେ। କ୍ଷେତରେ ପୂଜାର୍ଚ୍ଚନା ପରେ ଧାନବୁଣାଯାଇ ଚାଷକାର୍ଯ୍ଯ ଅନକୂଳ କରାଯାଇଥିଲା। ସ୍ଥାନୀୟ ସରପଞ୍ଚ ବିପିନି ସେଠୀଙ୍କ ଉପସ୍ଥିତିରେ ଦକ୍ଷୀଣ ମଣ୍ତଳ ସଭାପତି ସୀତାରାମ ରାଉତରାୟ,ପୂର୍ବତନ ମଣ୍ତଳ ସଭାପତି ରମାକାନ୍ତକ୍ଷ୍ ଯେନା,ଯୁବନେତା କିଶୋର ବରାଳ, ବିଭୂତି ବିଶୋୟୀ,ରଙ୍କନାଥ ଯେନା,ରଂଜିତ୍ ମହାପାତ୍ର,ଟୁନା ମାଝି ଓ ପଞ୍ଚାନନ ଯେନା ପ୍ରମୁଖ ଉକ୍ତ କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

5 × four =