Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମାସ୍କ ତିଆରୀ ରେ ବ୍ୟସ୍ତ ଜୟ ଜଗନ୍ନାଥ ଜି ପି ଏଲ୍ ଏଫ୍ ର ସଦସ୍ୟାମାନେ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) – : କରୋନା ଭାଇରସ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କ ମାସ୍କ ପିନ୍ଧିବା ପାଇଁ କଡା କଡି ନିର୍ଦ୍ଦେଶ ଥିବା ବେଳେ ଲୋକମାନେ ଧୀରେ ଧୀରେ ମାସ୍କ ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ମାସ୍କ ର ଯେ ଭଳି ଅଭାବ ନ ରହିବ ସେଥିପାଇଁ ଅଣ୍ଟା ଭିଡିଛନ୍ତି କିଛି ସ୍ବେଚ୍ଚାସେବୀ ସଂସ୍ଥା, ମହିଳା ସଂଘ, ଟେଲରିଂ ୟୁନିଟ୍ ର ସଦସ୍ୟ, ସଦସ୍ୟା ମାନେ ।

ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଞ୍ଚଳର ଜନସାଧାରଣ ମାନେ ଯେପରି ସୁବିଧାରେ ମାସ୍କ ପାଇପାରିବେ ଏ ନେଇ ଅଣ୍ଟାଭିଡ଼ିଛନ୍ତି ବୁରୁଝରି ପଞ୍ଚାୟତ ର ଜୟ ଜଗନ୍ନାଥ ଜି ପି ଏଲ୍ ଏଫ୍ ର ସଦସ୍ୟାମାନେ ।ସେମାନେ ଆଦ୍ୟାଶକ୍ତି ଟେଲରିଂ ନାମରେ ଏକ ୟୁନିଟ୍ କରି ମାସ୍କ ତିଆରି କରିବା ରେ ଲାଗିପଡ଼ିଛନ୍ତି । ଏବଂ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମ କୁ ଅତି କମ୍ ମୂଲ୍ୟରେ ଯୋଗାଉଛନ୍ତି ମାସ୍କ । ସେମାନଙ୍କୁ ଯଦି ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାନ୍ତା ୟୁନିଟ୍ ଟି ଆଗକୁ ଭଢିପାରନ୍ତା ବୋଲି ଜନସାଧାରଣ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

thirteen − five =