Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସାଙ୍କୁଡା ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।

ଗଞ୍ଜାମ , (LR News, ୧୧.୦୪.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ଶହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।

ବେଗୁନିଆପଡା ବ୍ଲକର ପ୍ରତି ପଂଚାୟତ ରେ  ଏହି ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଯାଇଛି । ସେହିପରି ସାଙ୍କୁଡା ପଞ୍ଚାୟତ ରେ ମଧ୍ଯ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟ କ୍ରମ ସୂଚାରୁ ରୂପେ ଏବଂ ସ୍ଵଚ୍ଛତା ଅବଲମ୍ବନ କରି ଚାଲିଥିବା ନେଇ କାର୍ଯ୍ୟ ସମ୍ପାଦନ କରୁଥିବା ଧନଲକ୍ଷ୍ମି ଜି ପି ଏଲ୍ ଏଫ୍ ର ସଭାନେତ୍ରୀ କହିଛନ୍ତି । ଲୋକମାନଙ୍କୁ ଖାଦ୍ୟ ଦେବା ସହିତ କରୋନା ଭାଇରସ ବିଷୟରେ ଜନସାଧାରଣ ଙ୍କୁ ମଧ୍ଯ ସଚେତନ କରୁଛନ୍ତି ଏହି ସଂଘ ର ସଦସ୍ୟ ମାନେ । ଏଥିରେ ସହଯୋଗ କରୁଛନ୍ତି ଏମ୍ ବି କେ, ବ୍ୟାଙ୍କ୍ ମିତ୍ର, ସି ଆର୍ ପି, ଓ ସଦସ୍ୟମାନେ ।

Leave A Reply

Your email address will not be published.

4 × four =