Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ପାଇଁ ଅସହାୟ ନିରାଶ୍ରୟ ଙ୍କ ଦେବଦୂତ ସାଜିଲେ କୋଦଳା ଏନଏସି ପ୍ରଶାସନ, ସମୀକ୍ଷା କରୁଛନ୍ତି ବିଧାୟିକା।

ଗଞ୍ଜାମ, (LR News, ୦୫.୦୪.୨୦୨୦) – ମହାମାରୀ କରୋନା ସଂକ୍ରମଣ ଦାଉ ରୁ ସୁରକ୍ଷିତ ରଖିବା ପାଇଁ ସାରା ଦେଶ ଲକଡାଉନ ସମୟ ରେ ଅସହାୟ ନିରାଶ୍ରୟ ଙ୍କ ଦେବଦୂତ ସାଜିଛନ୍ତି କୋଦଳା ଏନଏସି ପ୍ରଶାସନ ଅଧିକାରୀ ମାନେ ।ସରକାର ତଥା ଜିଲ୍ଳାପ୍ରଶାସନ ର ନିର୍ଦ୍ଦେଶ ପ୍ରକାରେ ତହସିଲଦାର ପ୍ରଭାତ କୁମାର ପରିଡା , ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ତତ୍ଵାବଧାନରେ ସମସ୍ତ ପ୍ରକାର ବ୍ୟବସ୍ଥା ସହ ନିରାଶ୍ରୟ ଓ ଅସହାୟ ମାନଙ୍କୁ ଙ୍କୁ ମହିଳା ସଙ୍ଘ ଦ୍ଵାରା ପ୍ରତିଦିନ ରନ୍ଧା ଖାଦ୍ୟ ପ୍ୟାକେଟ୍ ମାଧ୍ୟମ ରେ ପରସାଯାଉଛି ।

ପ୍ରତ୍ୟକ ଦିନ ସହର ର ଗଳିକନ୍ଦି , ଡାକ୍ତରଖାନା , ରେ ବ୍ଲିଚିଙ୍ଗ ସ୍ପ୍ରେ କରାଯାଉଛି । ରବିବାର ଠାରୁ ଅଗ୍ନିସମ ବାହିନୀ ସାହାଯ୍ୟ ରେ ପ୍ରତିଷେଧକ ରୁପେ କ୍ଲୋରିନ ଯୁକ୍ତ ପାଣି ସିଞ୍ଚନ କରାଯିବ ବୋଲି ଜଣାପଡ଼ିଛି ।ବର୍ତ୍ତମାନ ସମସ୍ତ ସଫେଇ କର୍ମଚାରୀ ମାନଙ୍କ ଦ୍ଵାରା ସହର ର ସମସ୍ତ ନାଳ ସଫା କରିବା ସହିତ ସେଗୁଡିକ ର ପୁନରୁଦ୍ଧାର କରାଯାଉଛି ।ତହସିଲଦାର , ଥାନା ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ମିଳିତ ଭାବେ ବ୍ୟବସାୟୀଙ୍କୁ ସଚେତନ କରି ସହର ପରିକ୍ରମା କରୁଛନ୍ତି ।ରାତ୍ର ରେ ପୋଲିସ ପେଟ୍ରୋଲିଙ୍ଗ ଜୋରସୋର ଚଳାଇଛି । ଅଙ୍ଗନବାଡି, ଆଶା କର୍ମୀ ମାନେ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରିବା ସହିତ ସଚେତନତା ମଧ୍ଯ କରୁଛନ୍ତି ।କିଏ କେଉଁଠୁ ଆସିଲା ଗଲା ତାର ଟିକନିଖ ତଥ୍ୟ ରଖାଯାଉଛି ।ଏନଏସି କର୍ମକର୍ତ୍ତାଙ୍କ ଦ୍ଵାରା ହିତାଧିକାରୀଙ୍କ ଘର ଘର ବୁଲି ଭତ୍ତା ବଣ୍ଟନ କରାଯାଉଛି ।

ଏ ସବୁକୁ ନେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ପ୍ରଶାନିକ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ଓ ପ୍ରଶାସନିକ ଅଧିକାରୀ ଙ୍କ ର କାର୍ଯ୍ୟ ରେ ସନ୍ତୁଷ୍ଟ ଅଛନ୍ତି । କୌଣଷି ନିରାଶ୍ରୟ , ଅସହାୟ ଯେମିତି ଭୋକ ରେ ନ ରହିବେ ତା ପ୍ରତି ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଛନ୍ତି ଏବଂ ସରକାରଙ୍କ ଘୋଷଣା ଅନୁଯାଇ ଅସହାୟ ଓ ଉଠା ଦୋକାନୀ ଙ୍କ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟିକା ।ଏହି ପରିପ୍ରେକ୍ଷୀରେ ମୁଁ ସଦାସର୍ବଦା ସହଯୋଗ କରିବାକୁ ପ୍ରସ୍ତୁତ ଅଛିବୋଲି ପ୍ରଶାସନିକ ଅଧିକାରୀଙ୍କୁ କହିଛନ୍ତି ।

ଶନିବାର ଠାରୁ ପ୍ରତ୍ୟକ ରାସନ କାର୍ଡଧାରି ଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତି ରେ ଏନଏସି କର୍ମକର୍ତ୍ତା ବଣ୍ଟନ କରାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ଓ ଯଦି କେହି ନିରାଶ୍ରୟ ଖାଦ୍ୟ ନ ପାଇ ରହିଯାଇଥାନ୍ତି ତାହାହେଲେ ଖବର ପାଇବା ମାତ୍ରେ ସେମାନ ଙ୍କ ପାଖରେ ଖାଦ୍ୟ ପୁଡ଼ିଆ ପହଞ୍ଚାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

2 × four =