ଗଞ୍ଜାମ (LR NEWS, ୦୪.୦୪.୨୦୨୦) – : କରୋନା ଭାଇରସ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାକୁ ଆଂଶିକ ଶଟ୍ ଡାଉନ ଅର୍ଥାତ୍ ପ୍ରତିଦିନ ୧୯ ଘଣ୍ଟା ଶଟ୍ ଡାଉନ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ୫ ଘଣ୍ଟା ର ମହଲତ ମିଳିବ । ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକାକିଣା କରାଯିବ। ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆସୁଥିବା ଲୋକମାନେ ମୋଟର ସାଇକେଲ କିମ୍ବା ଚାରିଚକିଆ ଯାନ ବାହାନ ନେଇ ଆସିପାରିବେ ନାହିଁ। ଦିନ ୧୨ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବାକୁ ମନା କରାଯାଇଛି। ଜିଲ୍ଲା ତମାମ ରାସ୍ତାରେ ମୋଟର ସାଇକେଲ ଚାଲିବା ସଂପୂର୍ଣ୍ଣ ମନା ରହିଛି। ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।