ଗଞ୍ଜାମ, (LR News, , ୦୫.୦୪.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳ ର ସ୍ଥିତି ପରଖିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରି ବ୍ରିଜେଶ କୁମାର ରାୟ । କରୋନା ମୁକାବିଲା ପାଇଁ ପୋଲିସ ବିଭାଗ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପମାନ ଙ୍କୁ ଅନୁଧ୍ଯାନ କରି ଖୁସି ବ୍ୟକ୍ତ କରିଛନ୍ତି । ଗତ କାଲି ସିଲ୍ ହୋଇଥିବା ଗଞ୍ଜାମ ଏବଂ ଖୋର୍ଦ୍ଧା ସୀମା ରେଖା ଅଞ୍ଚଳ ପରିଦର୍ଶନ କରିବା ସହ ସେଠାରେ ଥିବା ଅସ୍ଥାୟୀ ଚେକ୍ ପୋଷ୍ଟ ର ସ୍ଥିତି ମଧ୍ଯ ପରଖିଥିବାର ଖବର ମିଳିଛି । ଏଥିରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ ।ଏହା ପରେ ଶ୍ରୀ ର।ୟ କବିସୂର୍ଯ୍ୟ ନଗର ଅଭିମୁଖେ ଯାଇଥିବା ଖବର ମିଳିଛି ।