Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ମୁକାବିଲା ପାଇଁ ଯୁବ ସାମ୍ବାଦିକଙ୍କ ମହାନତା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ।

ଗଞ୍ଜାମ , (LR News, ୦୪.୦୪.୨୦୨୦ ) – : ସାରା ଦେଶ ଓ ରାଜ୍ୟ ବର୍ତ୍ତମାନ କରୋନା ର ଜ୍ବାଳାରେ ଭୟଭୀତ ଥିବା ବେଳେ ୨୧ ଦିନ ଧରି ଚାରି ଆଡ଼େ ଲକ୍ ଡାଉନ୍ ଜାରି ହୋଇଛି । ଲକ୍ ଡାଉନ୍ କୁ ନେଇ ଦେଶ ତଥା ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦାବସ୍ଥା କୁ ଗତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ସମେତ ବିଧାୟକ ,ବଦାନ୍ୟ ବ୍ୟକ୍ତି ବିଶେଷ, ବଡ଼ବଡ଼ କମ୍ପାନୀ ଏବଂ ସରକାରୀ ଅଧିକାରୀ ମାନେ ନିଜେ ନିଜର ଦରମା ପ୍ରଦାନ କରିଛନ୍ତି । ଏଥିରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଯୁବ ସାମ୍ବାଦିକ ସପ୍ନେଶ୍ବର ପାତ୍ର କରୋନା ମୁକାବିଲା ପାଇଁ ନିଜର ପାରିଶ୍ରମିକ ଅର୍ଥରୁ କେନ୍ଦ୍ର ସରକାରଙ୍କ ପାଣ୍ଠିକୁ ୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ମଧ୍ୟ ସେହି ଅନୁରୂପ ଭାବେ ଜନକଲ୍ୟାଣ ପାଇଁ ୫ ହଜାର ଟଙ୍କା ପୋଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଓ ଅତିରିକ୍ତ ତହସିଲଦାର ସଭୋନ କୁମାର ବେହେରାଙ୍କ ଜରିଆରେ ପ୍ରଦାନ କରିଛନ୍ତି ସପ୍ନେଶ୍ବର ପାତ୍ର । କରୋନା ର ଏଭଳି ବିପତ୍ତି ସମୟରେ ଜନକଲ୍ୟାଣ କୁ ପ୍ରାଧାନ୍ୟ ଦେଇ ଯୁବ ସାମ୍ବାଦିକ ସପ୍ନେଶ୍ବର ପାତ୍ର ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଣ୍ଠି କୁ ୧୦ ହଜାର ଟଙ୍କା ପ୍ରଦାନ କରିଥିବାରୁ ପୋଲସରା ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଏପରିକି କରୋନା ଭାଇରସ୍ କୁ ପ୍ରତିରୋଧ କରିବା ପାଇଁ ସମସ୍ତ ଅଞ୍ଚଳ ବାସୀ ଙ୍କୁ ସଚେତନ କରିବା ସହ ଅସହାୟ ଲୋକଙ୍କୁ ସାହାଯ୍ୟ ଏବଂ ସହଯୋଗର ହାତ ବଢାଉଥିବା ଦେଖିବାକୁ ମିଳିଛି । କରୋନା ମୁକାବିଲା ପାଇଁ ଅର୍ଥ ରାଶି ପ୍ରଦାନ କରା ଯାଇଥିବାରୁ ପୋଲସରା ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ସମେତ ଅନ୍ୟ ମାନେ ତାଙ୍କୁ ପ୍ରଶଂସା କରିବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିବେ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × 2 =