ଗଞ୍ଜାମ(LR NEWS ୪/୪/୨୦) ଗଞ୍ଜାମ ବ୍ଲକ ଅଧୀନସ୍ଥ ସୁବଳୟା ଗ୍ରାମଞ୍ଚାୟତର ମଠମକୁନ୍ଦପୂର୍ ଗ୍ରାମବାସୀ ଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କୋରାନା Care ପାଣ୍ଠିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ , ରମ୍ଭା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀଙ୍କ ଉପସ୍ଥିତି ରେ ସରପଞ୍ଚଙ୍କ ପ୍ରତିିନିଧି ଶ୍ରୀ କେଦାର ନାଥ ସ୍ବାଇଁ ଙ୍କୁ ସହାୟତା ସ୍ୱରୂପ ୨୦,୦୦୦ ଟଙ୍କା ପ୍ରଦାନ କରାଯାଇଅଛି । ଏହି ଆଦର୍ଶ ଗ୍ରାମ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମ ମାନଙ୍କରୁ ସଂଗ୍ରହ ସହାୟତା ରାଶି କୁ ଏକାଠି କରି ଚେକ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ପ୍ରଦାନ କରାଯିବା ପାଇଁ ଆସନ୍ତା ସୋମବାର (୦୬ – ୦୪ – ୨୦) ସ୍ଥିର କରାଯାଇଛି ।ଏଥିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ଵାଳ, ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ମଠ ମୁକୁନ୍ଦପୁର ଗ୍ରାମବାସୀ ଙ୍କ ଏହି ମହାନୀୟତା ପାଇଁ ଥାନା ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ଅନ୍ୟମାନେ ପ୍ରସଂଶା କରିବା ସହ ସାଧୁବାଦ ଜଣାଇଛନ୍ତି ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।