Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ କୁ ସହାୟତା ରାଶି ପ୍ରଦାନ ।

ଗଞ୍ଜାମ, ((LR News, ୦୪.୦୪.୨୦୨୦) – : କରୋନା ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଅନେକ ବଦାନ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ, ଏବଂ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସ୍ୱଇଛା ରେ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଛନ୍ତି । ସେହିଭଳି ଆଜି ବେଗୁନିଆପଡ଼ାର ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ଭାଲିଆଝର ଗ୍ରାମ ର ଜଣେ କ୍ଷୁଦ୍ର ବ୍ୟବସାୟୀ ପ୍ରଶାନ୍ତ କୁମାର ବିଶ୍ଵାଳ ପେ ଟି ଏମ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଦୁଇ ହଜାର ଟଙ୍କାର ପ୍ରଦାନ କରିଛନ୍ତି। ଶ୍ରୀ ବିଶ୍ଵାଳ ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଏକ ଛୋଟ ଦୋକାନ କରି, ଫଳ, ବିସ୍କୁଟ, ପଇଡ, ପାଉଁରୁଟି, ଚା, କ୍ଷୀର ଆଦି ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଥିବା ବେଳେ ସେ ଉକ୍ତ ସହାୟତା ରାଶି ପ୍ରଦାନ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବୋଲି କିଛି ସଚେତନ ନାଗରିକ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି । ଶ୍ରୀ ବିଶ୍ଵାଳ ଙ୍କ ଏହି ମହାନତା ପାଇଁ କିଛି ସଚେତନ ନାଗରିକ ମାନେ ତାଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

5 × 2 =