Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଲକ ଡାଉନ ସମୟରେ ଘରେ ରହି ଲୋକଙ୍କ ସମସ୍ୟା ବୁଝିବା ସହ ସଚେତନ କରୁଛନ୍ତି ବିଧାୟିକା

ଗଞ୍ଜାମ , (LR News, , ୦୩.୦୪.୨୦୨୦) – : କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କର ଦୈନନ୍ଦିନ ଜୀବନ ବେଶ୍ ବ୍ୟସ୍ତବହୁଳ । ସକାଳୁ ରାତି ବାରଟା ଯାଏ ସବୁବେଳେ ଲୋକଙ୍କ ନାନା ସମସ୍ୟା କୁ ନେଇ ସେ ବ୍ୟସ୍ତ ରହିଥାନ୍ତି । ରାଜଧାନୀରେ ରହଣିଠୁ ଆରମ୍ଭ କରି ନିଜ ନିର୍ବାଚନମଣ୍ଡଳୀରେ ରହୁଥିବା ସମୟରେ ସବୁବେଳେ ତାଙ୍କର ଏହି ସ୍ଥିତି । ଲୋକଙ୍କ ସୁବିଧା, ଅସୁବିଧାକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାର ରୂପରେଖ ପ୍ରସ୍ତୁତ କରିବାଠୁ ଆରମ୍ଭ କରି ଅଧାପନ୍ତରିଆ କାମକୁ ତ୍ବରାନ୍ବିତ କରେଇବା , ଅଧିକାଂଶ ସମୟ ସରକାର, ପ୍ରଶାସନ, ବିଭାଗୀୟ ଅଧିକାରୀ ଓ ବିଧାନସଭାରେ ତାଙ୍କ ଦାବି ରଖନ୍ତି । କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ପ୍ରତ୍ୟେକ ଦିନ ଶତାଧିକ ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କର ଭଲ ମନ୍ଦ କଥା ବୁଝନ୍ତି । ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା, ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ମିଶିବା ସହ ସହରଠୁ ଆରମ୍ଭ କରି ଗାଁ ସ୍ତରରେ ଆୟୋଜନ କରାଯାଉଥିବା ବିଭିନ୍ନ ସଭାସମିତି, କର୍ମଶାଳା, ବୈଠକରେ ଯୋଗଦେଇ ସାରା ଦିନ ଲୋକଙ୍କ ପାଇଁ ବ୍ୟସ୍ତତା ଭିତରେ ଜୀବନ ବିତାଇବାରେ ଆନନ୍ଦ ପାଉଥିବା ବିଧାୟିକା ଏବେ ପରିବାର ସହ ମିଶି ସରକାରଙ୍କ ଲକ ଡାଉନ ନିୟମକୁ ପାଳନ କରୁଥିବା ବେଳେ ଲୋକଙ୍କ ସେବାକୁ ଛାଡିନାହାନ୍ତି । ଘରେ ରହି ମଧ୍ୟ ପ୍ରତ୍ୟେକ ଦିନ ଫୋନରେ ଯୋଗାଯୋଗ କରି ବିକାଶକୁ ତ୍ବରାନ୍ବିତ କରିବା ସହ । ଏ ଘଡିସନ୍ଧି ସମୟରେ ସମାଜକୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ବାର୍ତ୍ତା ଦେଇଛନ୍ତି । ଏହି ଦୃଷ୍ଟିରୁ ଲକ ଡାଉନ ସମୟରେ ଘରେ ବସିରହିବା ଆମକୁ ବିଚଳିତ ଲାଗି ପାରେ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣ କୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସାମାଜିକ ଦୂରତ୍ବ, ସଂଗରୋଧକୁ ମାନିବାକୁ ହେବ ବୋଲି ବିଧାୟକ କହୁଛନ୍ତି । ଏଭଳି ସ୍ଥିତିରେ ନିଜ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସମସ୍ତ କଥା ବୁଝିବା ସହ ସରକାରଙ୍କ ନିୟମକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି |ସକାଳୁ ଫୋନ ଯୋଗେ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଅଂଚଳରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହାସହ ଅଞ୍ଚଳର ଉନ୍ନତି ପାଇଁ ଚିଠି ଲେଖି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି ।

Leave A Reply

Your email address will not be published.

13 − eight =