ଖୋର୍ଦ୍ଧା (LR NEWS ୩/୪/୨୦) କରୋନା ଭାଇରସ ସମୂହ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଲକ୍ ଡାଉନ୍ ପ୍ରକିୟା ଜାରୀ ହୋଇଥିବାରୁ ବହୁ ସ୍ଥାନରେ ଦିନ ମଜୁରିଆ ଓ ଭିକ୍ଷାଜିବି ବସ୍ତିମାନକରେ ନାହିଁ ନଥିବା ଅନାହାର ସମସ୍ୟା ସୃଷ୍ଟି ହୋଇଛି। ଲକ୍ ଡାଉନ ସମୟରେ ଅସହାୟ, ଗରିବ, ବୁଲା ଗୋରୁଗାଈ ଙ୍କୁ ରନ୍ଧା ଖାଦ୍ଯ ପ୍ରଦାନ କରୁଛନ୍ତି । ଉତ୍କଳ ଦିବସ ଠାରୁ ଆରମ୍ଭ ହୋଇଥିବା ଏହି ସେବା କାର୍ଯ୍ୟ 5ଦିନ ବ୍ଯାପି ଚାଲିବ। ଆରଏସଏସ ବିଭାଗ କାର୍ଯ୍ୟବାହ ବେଲେଶ୍ବର ସାହୁ, ସଂସ୍କାର ଭାରତୀ ପ୍ରମୁଖ ନିରଞ୍ଜନ ମହାନ୍ତି, ପ୍ରଧାନାଚାଯ୍ଯ ଲିଙ୍ଗରାଜ ମହାନ୍ତି, ଆଚାର୍ଯ୍ୟ ବିଶ୍ବନାଥ ପ୍ରତିହାରୀ, ଅଜୟ ଦାଶ, କୀର୍ତ୍ତନ ମାର୍ଥା, ବିଭୂତି ଭୂଷଣ ଦାଶ, ସମାଜସେବୀ ପ୍ରଭାତ କୁମାର ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଛନ୍ତି। ସେହିପରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ଖୋର୍ଦ୍ଧା ନଗର ପକ୍ଷରୁ ଶୁଖିଲା ଖାଦ୍ୟ, ଗ୍ରୋସରୀ, ଚୁଡା, ଚାଉଳ, ପନିପରିବା ପ୍ରଭୃତି ବଣ୍ଟନ କରୁଛନ୍ତି।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।