Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଭଦ୍ରକ ଏବଂ ଭୁବନେଶ୍ୱରକୁ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କଲେ ରାଜ୍ୟ ସରକାର।

ଭୁବନେଶ୍ଵର: (LR NEWS ୩/୪/୨୦) ଭଦ୍ରକ ଏବଂ ଭୁବନେଶ୍ୱରକୁ ସହରକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍‌ ଭୁବନେଶ୍ଵରକୁ ସମ୍ପୂର୍ଣ୍ଣ ଲଗ୍ ଡାଉନ୍ କରାଯାଇଛି। ଏହି ନିୟମ ଶୁକ୍ରବାର ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଲାଗୁ ହେବ। କରୋନା ଭୂତାଣୁ ଚେନ୍‌କୁ ଭାଙ୍ଗିବାକୁ ରାଜ୍ୟ ସରକାର ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୁକ୍ରବାର ମଧ୍ୟାହ୍ନରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସୂଚନା ଦେଇଛନ୍ତି। ଏହି ୪୮ ଘଣ୍ଟା ଏକପ୍ରକାର କର୍ଫ୍ୟୁ ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି। ଏହି ସମୟରେ କେହି ଘରୁ ବାହାରିବେ ନାହିଁ। ଘରୁ ବାହାରିଲେ ପୁଲିସ ଏବଂ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଉଠାଇନେବ। ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଦୁଇଟି ସହରରେ ଯଦି କୌଣସି ବ୍ୟକ୍ତି ସଟ୍‌ ଡାଉନ ନିୟମ ଉଲ୍ଲଂଘନ କରିବେ, ତେବେ ସେମାନଙ୍କୁ ସରକାରଙ୍କ ସ୍ବତନ୍ତ୍ର କ୍ବାରେଣ୍ଟାଇନ କେନ୍ଦ୍ରରେ ଅଲଗା ରଖାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି। ସେହିପରି ମାଛ, ମାସଂ, ଅଣ୍ଡା, ପନିପରିବା ଦୋକାନ ବନ୍ଦ ରହିବ। ମେଡିକାଲ ସେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଅତି ଜରୁରୀ ନ ଥିଲେ କେହି ମେଡିକାଲ ଯିବେ ନାହିଁ। କେଉଁ ଅଞ୍ଚଳରେ କେତେ ଔଷଧ ଦୋକାନ ଖୋଲା ରହିବ ତାହା ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ତେବେ କଟକ-ଖୋର୍ଦ୍ଧା ରୋଡ୍‌ରେ ଅତ୍ୟାବଶ୍ରକ  ସାମଗ୍ରୀ ପରିବହନକାରୀ ଗାଡ଼ିଗୁଡ଼ିକ ଚଳାଚଳ କରିପାରିବ। ଏହି ରାସ୍ତାକୁ ବନ୍ଦ କରାଯିବ ନାହିଁ। ଲୋକମାନେ ଛାନିଆ ନ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.

twelve − ten =