Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓର ବର୍ ସିଂ ଗ୍ରାମପଞ୍ଚାୟତ ରେ ରାଣୀ ଲକ୍ଷ୍ମୀ ବାୟୀ ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଖାଦ୍ୟ ବଣ୍ଟନ।

ଖୋର୍ଦ୍ଧା, (LR News, ୩.୦୪.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।ଖୋର୍ଦ୍ଧା ବ୍ଲକର ପ୍ରତି ପଂଚାୟତ ରେ ଏହି ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଥିବା ବେଳେ।

ଆଜି ଓର ବର ସିଂ ଗ୍ରାମ ପଞ୍ଚାୟତରେ ରାଣୀ ଲକ୍ଷ୍ମୀ ବାୟୀ ସ୍ଵୟଂ ସହାୟକ ମାନେ ରୋଷେଇ କରି ଘରକୁ ଘର ନେଇ ପହଞ୍ଚାଇ ଥିଲେ।ଏଥିରେ ଓରମି ସେବା ସମବାୟ ର ସଭାପତି, ନରେନ୍ଦ୍ର ମଙ୍ଗରାଜ, ଆମ ଓଡ଼ିଶା ରକ୍ତଦାନ ର ଏଡ଼ିଟର ସଂଗ୍ରାମ ସାମନ୍ତରାୟ, ପୂର୍ବତନ ସରପଂଚ ଲୋକନାଥ ପଟ୍ଟନାୟକ , ସ୍ବେଛାସେବୀ ଆଲୋକ ଶ୍ରୀଚନ୍ଦନ ଓ ତୁଷାର କୁମାର କହଲ୍ ସିଂହ ଉପସ୍ଥିତ ରହିବା ସହ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳାରେ ଖାଦ୍ୟ ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.

two + 14 =