ଗଞ୍ଜାମ, (LR News, , ୧୪.୦୩.୨୦୨୦) – : କରୋନା ଭାଇରସ୍କୁ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ବୋଲି ଘୋଷଣା କରାଯାଇଛି। ଏପରିକି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶନାମା ଆସିଛି । ଗତକାଲି ସନ୍ଧ୍ୟାରେ ଛତ୍ରପୁରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭିଡିଓ କନ୍ଫରେନ୍ସିଂ ଜରିଆରେ ୨୨ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। କରୋନା ନେଇ ଥିବା ସରକାରୀ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ଭିଡିଓ କନ୍ଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲ୍ଲପାଳ ଏ ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ପ୍ରତି ସୋମବାର ହେଉଥିବା ଅଭିଯୋଗ ଶୁଣାଣି, ମୋ ନିବେଦନ, ମୋ ତହସିଲ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ କରାଯାଇଥିବା କହିଛନ୍ତିା ଏଥିସହ ସ୍କୁଲ ବନ୍ଦ ରହିଥିଲେ ହେଁ ଶିକ୍ଷକମାନେ ସ୍କୁଲରେ ରହିବେ। ସେହିପରି ଅଙ୍ଗନୱାଡି କେନ୍ଦ୍ରକୁ ପିଲାମାନେ ଆସିବେନି। ମାତ୍ର କେନ୍ଦ୍ରରେ କର୍ମୀ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ହେଲେ କରୋନା ଭାଇରସ ବିପର୍ଯ୍ୟୟ ବେଳେ ସ୍କୁଲଗୁଡିକକୁ ବ୍ୟବହାର କରାଯିବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ବାହାର ପର୍ଯ୍ୟଟକଙ୍କୁ ନ ରଖିବାକୁ ହୋଟେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲିଛି। ଏଠାକୁ ନ ଯିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛିା ସିନେମା ହଲ ବନ୍ଦ ରହିବ ଏବଂ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ବନ୍ଦ କରାଯିବ। ଏଥିରୁ ନିବୃତ ରହିବାକୁ କୁହାଯାଇଛି । ଏସବୁ ମନିଟରିଂ ପାଇଁ ଜିଲାର ୨୨ ବ୍ଲକରେ କମିଟି ଗତକାଲି ଗଠନ କରାଯାଇଛି। ଏଥିରେ ବିଡିଓ, ତହସିଲଦାର, ଆଇଆଇସି, ବିଇଓ ଓ ଅନ୍ୟମାନେ ରହିଛନ୍ତି । କୌଣସି ଗୁଜବପ୍ରତି ଧ୍ୟାନ ନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରିବାବେଳେ ତାଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତ। ଜିଲ୍ଲାସ୍ତରରେ ସହାୟତା ଓ ସୂଚନା ପାଇଁ ୨ ନମ୍ବର (୦୬୮୦-୨୨୨୪୭୯୮ ଓ ୯୪୩୯୯୮୩୯୫୬) କାର୍ଯ୍ୟକ୍ଷମ ହୋଇଛି। ଏଣିକି ଜିଲ୍ଲାସ୍ତରରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ ହେବ। ସରକାରୀ କର୍ମଚାରୀ ଓ ଅଧିକାରୀ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତସ୍ତରରେ ଶନିବାର ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ନେଇ ଏବଂ ମିଶନ ଶକ୍ତି ଜରିଆରେ ଏ ସମ୍ପର୍କରେ ସଚେତନ କରାଯିବା ଛତ୍ରପୁର ଓ ବ୍ରହ୍ମପୁର ରେଲୱେ ଷ୍ଟେଶନରେ କାଉଣ୍ଟର ଖୋଲଯାଇ ସାନିଟାରୀ ଏଓ ହାତ ସଫେଇ ଉପରେ ଲୋକଙ୍କୁ ସଚେତନ କରାଯିବ। ଏଥିସହ ପ୍ରତି ରେଲୱେ ଷ୍ଟେଶନ ଓ ବସ୍ଷ୍ଟାଣ୍ଡରେ ହେଲ୍ପ ଡେସ୍କ ଖୋଳିବ ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏମ୍କେସିଜି ହସ୍ପିଟାଲ ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଆରଟିଓ ସଞ୍ଜୟ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ଥିଲେ ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।