ନୟାଗଡ଼ ଜିଲ୍ଲା , ରଣପୁର (LR News ) ରଣପୁର ବଜାରରେ 11.3.2020 :- ରଣପୁର ବଜାରରେ ଆଜି ଏହି କୁକୁଡା ବିକ୍ରି ହରେକ ମାଲ ଦରରେ ଦେଖିବାକୁ ମିଳିଛି । ଖବର ଅନୁଯାୟୀ ପ୍ରଥମେ କୁକୁଡ଼ା ଗୋଟାକୁ ୩୦ ଟଙ୍କା ଓ ଶହେ ଟଙ୍କାରେ ୩ଟା ବିକ୍ରି ପାଇଁ ମାଇକ୍ରେ ପ୍ରଚାର କରାଗଲା । କିନ୍ତୁ ଲୋକେ କିଣିବାକୁ ସେମିତି ଆଗ୍ରହ ପ୍ରକାଶ କଲେନାହିଁ । ଶେଷରେ ଗୋଟାକୁ ୧୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ଚାଷୀ । ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଚାଷୀ ଏପରି ଶସ୍ତାରେ କୁକୁଡ଼ା ବିକ୍ରି କରିଥିବା ଦେଖିବାକୁ ମିଳିଥିଲା ।
ଏହାର କାରଣ ହେଲା ବାର୍ଡ ଫ୍ଲୁ ଓ କରୋନା ଭୟରେ ଲୋକେ ଚିକେନ୍ ଖାଉ ନ ଥିବାରୁ କୁକୁଡ଼ା ଫାର୍ମ ମାଲିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ବ୍ୟବସାୟରେ ସଂପୂର୍ଣ୍ଣ କ୍ଷତି ସହିବା ଅପେକ୍ଷା କିଛି ପଇସା ଉଠାଇବା ପାଇଁ ଶସ୍ତାରେ କୁକୁଡା ବିକ୍ରି କରିବାକୁ ବାଧ୍ୟ ହେଉଥିବା ସେମାନେ କହିଛନ୍ତି । ଅନ୍ୟପକ୍ଷରେ କୁକୁଡ଼ାକୁ ଲୋକ ନେଉ ନାହାନ୍ତି । ଫାର୍ମରେ କୁକୁଡ଼ା ପାଳନ ପାଇଁ ଦାନା ଖର୍ଚ୍ଚ ବଢୁଛି । ଚିକେନ ଦାମ୍ ଠାରୁ ଦାନା ଖର୍ଚ୍ଚ ବଢ଼ି ଯାଉଛି । ଏଭଳି ପରିସ୍ଥିତିରେ ଫାର୍ମ ମାଲିକମାନେ ଗାଡ଼ିରେ କୁକୁଡ଼ା ବୋଝେଇ କରି ବଜାରରେ କମ୍ ଦରରେ ବିକ୍ରି କରିବା ଛଡା ଅନ୍ୟ ଉପାୟ ନାହିଁ।