Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଜଣେ ଗିରଫ।

ଗଞ୍ଜାମ, (LR News, , ୦୫.୦୩.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡିଛି । ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ କୌଣସି ସୂତ୍ରରୁ ଖବର ପାଇ ବିଦେଶୀ ମଦ ଗଛିତ ଥିବା ଏକ ଘରେ ଅତର୍କିତ ଚଢ଼ାଉ କରି ଦୁଇ ଶହ ଲିଟରରୁ ଉର୍ଦ୍ଧ ତଥା ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି । ବହୁ ଦିନରୁ ଏଠାରେ ମଦ କାରବାର ଚାଲୁଥିବାରୁ ବୁଦ୍ଧିଜୀବୀ ମହଲରେ ଅଶାନ୍ତି ରହିଥିଲା । ଏହି ଚଢାଉ ରେ ସ୍ତାନୀୟ ପୋଲିସ ର କର୍ମଚାରୀମାନେ ସାମିଲ୍ ଥିଲେ ।

Leave A Reply

Your email address will not be published.

nineteen − 4 =