Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଶୁଭେଚ୍ଛା ବାର୍ତାରେ ବଦଳିଗଲା ପଦବୀ ।

ଭୁବନେଶ୍ୱର,(LR NEWS ଦିଲ୍ଲୀପ କୁମାର ପ୍ରଧାନ): ଯାହା ନେତୃତ୍ୱରେ ବିଜେଡି ସଫଳତାର ଶୀର୍ଷରେ ପହଂଚିଲା । ଯାହାଙ୍କ ସଙ୍ଗଠନ ବଳରେ ଦଳ ୩ଟିି ବିଧାନସଭା ଆସନ ହାତେଇଲା । ତାଙ୍କ ଉପରେ ଦଳ ଆଜି ଆସ୍ଥା ତୁଟାଇ ଦେଇଛି । ଆଉ ଯାହା ପାଇଁ ସାରା ରାଜ୍ୟରେ ବଦନାମ ହେଲା, ତା ମୁଣ୍ଡରେ ମୁକୁଟ ପିନ୍ଧାଇଛି । ଏହା ବିଜେଡିର ସ୍ୱାର୍ଥପରତା ନା ଷଡଯନ୍ତ୍ର ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଭୁବନେଶ୍ୱର ଜିଲ୍ଲା ସଭାପତି ପଦରୁ ଅମରେଶ ଜେନା ଓରଫ ବାୟାଁଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ ନୂଆ ସଭାପତି କରାଯାଇଛି । ତେବେ ବାୟାଁଙ୍କୁ କାହିଁକି ପରିବର୍ତନ କରାଗଲା, ତାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଗତ ସାଧାରଣ ନିର୍ବାଚନ ସମୟରେ ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନକୁ ନେଇ ବିଜେଡି ଦ୍ୱନ୍ଦ୍ୱରେ ରହିଥିଲା । ତେଣୁ ବିଜେଡିକୁ ସୁଦୃଢ କରିବା ଲାଗି ଦଳ ବାୟାଁଙ୍କ ଉପରେ ଭରସା କରିଥିଲା । ଘଡିସନ୍ଧି ମୁହୁର୍ତରେ ବାୟାଁଙ୍କୁ ଜିଲ୍ଲାସଭାପତି ଦାୟିତ୍ୱ ଦେଇଥିଲା । ଯାହା ତାଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ଥିଲା ।
ବିଜେପି ଓ କଂଗ୍ରେସକୁ ମାତ ଦେବାକୁ ବାୟାଁ ନିଜ ସଙ୍ଗଠନୁ ନେଇ ଦିନରାତି ଏକ କରିଦେଇଥିଲା । କଠିନ ପରିଶ୍ରମ କରି ଭୁବନେଶ୍ୱରର ୩ଟି ଓ ଜୟଦେବ ଆସନରେ ବିଜେଡିକୁ ବିଜୟୀ କରିବାରେ ସଫଳ ନାୟକ ସାଜିଥିଲେ । ଏଥିପାଇଁ ଦଳ ପକ୍ଷରୁ ତାଙ୍କୁ ପ୍ରସଂଶା କରାଯିବା ସହ ତାଙ୍କୁ ସବୁକ୍ଷେତ୍ରରେ ଅଗ୍ରାଧିକାର ଦେଇଥିଲା । ସେ ମଧ୍ୟ ଦଳରେ ତାଙ୍କର ଉପସ୍ଥିତି ଜାହିର କରୁଥିଲେ । ହେଲେ ହଠାତ ତାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଦିଆଯାଇଛି । ଏହାକୁ ନେଇ ତାଙ୍କ ସମର୍ଥକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏହା ସ୍ୱାର୍ଥପର କାମ ବୋଲି କହୁଛନ୍ତି ।
ତେବେ ଜିଲ୍ଲା ସଭାପତି ପଦରୁ ବାୟାଁଙ୍କୁ ହଟାଯିବା ନେଇ ଯେତିକି ଆଶ୍ଚର୍ଯ୍ୟଜନକ, ତାଙ୍କ ସ୍ଥାନରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦାୟିତ୍ୱ ଦେବା ସେତିକି ଚର୍ଚ୍ଚା ହେଉଛି । ନିର୍ବାଚନ ସମୟରେ ଦଳ ଅନନ୍ତଙ୍କ ଉପରେ ଭରସା କରିପାରିନଥିଲା । ତେଣୁ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ପଦ ଦେଇଥିଲା । ହେଲେ ବିଧାୟକ ହେବା ଆଶାରେ ଥିବା ଅନନ୍ତ ନିଜର ଅସନ୍ତୋଷ ଜାହିର କରିବା ସହ ଦଳରେ ଫାଟ ସୃଷ୍ଟି କରିବା ନେଇ ଆଭାସ ଦେଇଥିଲେ । ଏପରିକି ବିଭିନ୍ନ କ୍ଷେତ୍ରରୁ ଦଳ ଉପରେ ଚାପ ପକାଇଥିଲେ । ଶେଷ ମୁହୁର୍ତରେ ଦଳ ତାଙ୍କୁ ଟିକେଟ ଦେବା ସହ ବିଜୟର ଦାୟିତ୍ୱ ବାୟାଁଙ୍କ ଉପରେ ନ୍ୟସ୍ତ କରିଥିଲା । ସେହିପରି ଭାଇରାଲ ଭିଡ଼ିଓକୁ ନେଇ ନିଜେ ବିବାଦୀୟ ହେବା ସହ ଦଳକୁ ବଦନାମ କରିଥିଲେ । 
ବିବାଦୀୟ ନେତା ଅନନ୍ତ ଜେନା ଉପରେ ଦଳ ଭରସା କରିବା ସନ୍ଦେହ ସୃଷ୍ଟି କରିଛି । କୁହାଯାଉଛି, ବୟାଁ ଓ ବୁନୁଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ଏବେକାର ନୁହେଁ, ବରଂ ବୁନୁ ମେୟର ଥିବା ବେଳରୁ ଦୁହିଁଙ୍କ ମଧ୍ୟରେ କ୍ଷମତାକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ବୁନୁଗୋଷ୍ଠୀ ବାୟାଁଙ୍କୁ କ୍ଷମତାରୁ ହଟାଇବା ଲାଗି ରୀତିମତ ଷଡଯନ୍ତ୍ର ଚଳାଇଥିଲେ । ଏଥିରେ ରାଜ୍ୟର ଜଣେ ମନ୍ତ୍ରୀ ମଧ୍ୟ ସାମିଲ ଥିଲେ । ଯେଉଁଥି ପାଇଁ ଦଳ ବାୟାଁଙ୍କ ଉପରେ ଭରସା ତୁଟାଇଛି । ଯଦି ଏହା ସତ ହୁଏ ତେବେ ଆମାଗୀ କର୍ପୋରେଟର ନିର୍ବାଚନରେ ମେୟର ଦାବିଦାର ଥିବା ବାୟାଁଙ୍କ ପାଇଁ ଏହି ଗୋଷ୍ଠୀ କଂଟା ସାଜିବା ଏକ ପ୍ରକାର ନିଶ୍ଚିତ ।
ଅପରପକ୍ଷରେ ମହାଶିବରାତ୍ରୀ ଅବସରରେ ବାୟାଁ ବିଭିନ୍ନ ସୋସିଆଲ ମିଡିଆରେ ନିଜର ଶୁଭେଚ୍ଛା ବାର୍ତା ଦେଇଥିଲେ । ଯେଉଁଥିରେ ନିଜ ନାଁ ତଳକୁ ଜିଲ୍ଲା ସଭାପତି ବୋଲି ଲେଖା ରହିଥିଲା । ହେଲେ ଶୁଭେଚ୍ଛା ବାର୍ତା ଦେବାରୁ କେଇଘଂଟା ପରେ ତାଙ୍କ ପଦବୀ ଚାଲି ଯାଇଥିଲା । ପରେ ସେ ଶୁଭେଚ୍ଛା ବାର୍ତାରେ ନିଜର ପଦବୀକୁ ପରିବର୍ତନ କରିଦେଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

3 + fifteen =