ଗଞ୍ଜାମ, (LR News, ୦୩.୦୩.୨୦୨୦) – : କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ରାଣୀପଡ। ଗ୍ରାମର ଗୌରୀ ଗଉଡ (୫୦)ନାମକ ଜଣେ ବ୍ୟକ୍ତିଙ୍କର ବମ୍ବେ ଠାରେ କାର୍ଯ୍ୟରତ ଥିବା ବେଳେ ବିଦ୍ୟୁତ୍ ଆଘାତରେ ସେ ମୃତ୍ୟୁ ବରଣ କରିଛନ୍ତି । ଗୌରୀ ଏକ ମାସ ତଳେ ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରିଆ ଭାବେ ବମ୍ବେର ମହୁଲ ନାମକ ଏକ ସ୍ଥାନରେ କାର୍ଯ୍ୟ କରୁଥିଲେ ।ଗତ କାଲି ପୁର୍ବାହ୍ନ ୧୧ ଟା ସମୟରେ ସେ ସେଠାରେ ଘର କାମ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଷରେ ଆସି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ସେଠାରେ ପୁଲିସ ଶବକୁ ଜବତ କରି ବ୍ଯବଛେଦ କରିଛି । ଉକ୍ତ ଶବ ଆସନ୍ତା କାଲି ନିଜ ଘରକୁ ଆସିବ ବୋଲି ଜଣା ପଡ଼ିଛି । ଗୌରୀଙ୍କ ଘରେ ତାଙ୍କର ପତ୍ନୀ ରଞ୍ଜୁ ଗଉଡ ଥିବା ବେଳେ ତାଙ୍କର କୌଣସି ସନ୍ତାନ ନାହାନ୍ତି । ସ୍ଵାମୀ ଙ୍କ ମୃତ୍ୟୁ ପରେ ସେ ବେସାହାରା ହୋଇଛନ୍ତି । ସରକାରୀ ସହାୟତା ଦେବା ପାଇଁ ସେ ପ୍ରସାଶନକୁ ଆକୁଳ ନିବେଦନ କରିଛନ୍ତି ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Next Post