Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ର ସଦସ୍ୟା ମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ ଆରମ୍ଭ ହୋଇଯାଇଛି ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୩.୦୨.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ର ମୁଣ୍ଡୁଳା ଗ୍ରାମ ରେ ୯୦ ଗୋଟି ସ୍ଵୟଂ ସହାୟକ ମହିଳା ଗୋଷ୍ଠୀ ର ସଦସ୍ୟା ମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ ଆରମ୍ଭ ହୋଇଯାଇଛି । ଘଟଣା ରୁ ପ୍ରକାଶ ଯେ ମୁଣ୍ଡୁଳା ଗ୍ରାମ ରେ କିଛି ବ୍ୟକ୍ତି ଚୋରା ମହୁଲି ମଦ ବିକ୍ରୀ କରୁଛନ୍ତି । ଫଳ ରେ ପୁରୁଷ ଲୋକ ମାନେ ମଦ ପିଇ ଘରମାନଙ୍କରେ ପାଟିତୁଣ୍ଡ କରୁଛନ୍ତି ଏନେଇ ଚୋରା ବେପାରୀ ମାନଙ୍କୁ ମଦ ବେପାର ବନ୍ଦ କରିବା ପାଇଁ କହିଲେ ମଧ୍ଯ ସେମାନେ ଶୁଣୁନ ଥିଲେ ଫଳ ରେ ଆଜି ପାଖା ପାଖି ୯୦୦ ଶହ ରୁ ଉର୍ଦ୍ଧ୍ବ ମହିଳା ମାନେ ଗ୍ରାମ ପରିକ୍ରମା କରିବା ସହ ଏହି ଚୋରା ମଦ ବିକ୍ରି ରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ଘର ମାନଙ୍କୁ ଯାଇ ତାଗିଦ୍ କରିଥିଲେ । ଏବଂ ଆଗକୁ ଏହି ଚୋରା ମଦ ବେପାର ବନ୍ଦ ନହେଲେ ବଡ ଧରଣ ର ଆନ୍ଦୋଳନ ହେବ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି । ବିଜୁ ଯୁବ ବାହିନୀ ସଭାପତି ଗୌରାଙ୍ଗ ଚରଣ ସାହୁ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।

Leave A Reply

Your email address will not be published.

1 × two =