Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାଲିପଦର ଡିଗ୍ରୀ କଲେଜରେ ତିନି ବିଭାଗର ପାଠଚକ୍ର


ବୁଗୁଡା ୧୯/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R.News ) ବୁଗୁଡ଼ା ବ୍ଲକ ବାଲିପଦର ଡ଼ିଗ୍ରୀ କଲେଜର ଅର୍ଥନୀତି ବିଭାଗ, ରାଜନୀତି ବିଜ୍ଞାନ ବିଭାଗ ଓ ଇତିହାସ ବିଭାଗର ପାଠଚକ୍ର ଯଥାକ୍ରମେ ସୋମବାର, ମଙ୍ଗଳବାର ଓ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ପାଠଚକ୍ର କଲେଜ ଅଧ୍ୟକ୍ଷ ଡ଼ଃ ବିବେକାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ଏ ବିକେଶ ରାଓ ଦୋରାଙ୍କ ତତ୍ୱାବଧାନରେ ” ଦ୍ରବ୍ୟ ଓ ସେବାକର ଦ୍ୱାରା ଭାରତର ଅର୍ଥନୀତି” ଶୀର୍ଷକ ବିଷୟରେ ସନ୍ଦର୍ଭକୁ ଛାତ୍ର ଦିପୁନ କୁମାର ଜେନା ପଠନ କଲାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେହିପରି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଗୋପୀନାଥ ମହାନ୍ତିଙ୍କ ତତ୍ୱାବଧାନରେ ” ନାରୀ ସଶକ୍ତିକରଣ – ସମସ୍ୟା ଓ ଆହ୍ୱାନ” ଶୀର୍ଷକ ବିଷୟରେ ସନ୍ଦର୍ଭକୁ ଛାତ୍ରୀ ଅର୍ଚ୍ଚନା ପୋଲାଇ ପଠନ କଲାପରେ ଆଲୋଚନା ହୋଇଥିଲା। ଇତିହାସ ବିଭାଗରେ ମଧ୍ୟ୍ୟ ବିଭଗୀୟ ମୁଖ୍ୟ ଅଧ…

Leave A Reply

Your email address will not be published.

twelve + 8 =