Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବୁଗୁଡା ୧୦ କେନ୍ଦ୍ରରେ ପରୀକ୍ଷା ଦେଲେ ୨୦୦୪ ଜଣ ଛାତ୍ରଛାତ୍ରୀ, ୧୯ ଜଣ ଅନୁପସ୍ଥିତ


ବୁଗୁଡା ୧୯/୦ଡ଼ଃ କୁମୁଦ ଚନ୍ଦ୍ର ବେହେରା. ( L. R. News) ବୁଗୁଡା ବ୍ଲକର ୧୦ ଟି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କେନ୍ଦ୍ରରେ ୨୦୨୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ଜଣ ପରୀକ୍ଷା ଦେଇନଥିବା ବେଳେ ୨୦୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।ବୁଗୁଡା ସହରର ପିପୁଲସ ହାଇ ସ୍କୁଲ କେନ୍ଦ୍ରରେ ୩୩୩ ଜଣଙ୍କ ମଧ୍ୟରୁ ୬ ଅନୁପସ୍ଥିତ ଥିବା ବେଳେ ୩୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବୁଦ୍ଧଗିରି ବିଦ୍ୟାପୀଠରେ ୧୭୮ ଜଣରୁ ୧ ଅନୁପସ୍ଥିତ ଓ ପରୀକ୍ଷା ଦେଇଛନ୍ତି ୧୭୭ ଜଣ, ଏବଂ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୭୬ ଜଣରୁ ୨ ଜଣ ଅନୁପସ୍ଥିତ ଓ ପରୀକ୍ଷା ଦେଇଛନ୍ତି ୧୭୪ ଜଣ। ସେହିପରି ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ପରୀକ୍ଷା କେନ୍ଦ୍ରରେ ୨୦୧ ଜଣରୁ ପରୀକ୍ଷା ଦେଇଛନ୍ତି ୨୦୧ ଜଣ। ପଙ୍କଳବାଡ଼ି ରୟତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ୧୮୧ ଜଣରୁ ପରୀକ୍ଷା ଦେଇଛନ୍ତି ୧୮୧ ଜଣ।ପୋଚାଲୁଣ୍ଡି ମା କାଳୀ କୃଷକ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ୧୬୭ ଜଣରୁ ପରୀକ୍ଷା ଦେଉଛନ୍ତି ୧୬୭ ଜଣ। କରଚୁଲି ଶକୁନ୍ତଳା ବିଦ୍ୟାପୀଠର ପରୀକ୍ଷା କେନ୍ଦ୍ରରେ ୧୧୩ ଜଣରୁ ୨ ଅନୁପସ୍ଥିତ ଓ ପରୀକ୍ଷା ଦେଇଛନ୍ତି ୧୧ଜଣ। ବାଲିପଦର ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ୨୭୨ଜଣରୁ ଜଣେ ଅନୁପସ୍ଥିତ ଓ ପରୀକ୍ଷା ଦେଇଛନ୍ତି ୨୭୧ ଜଣ। ମାଣିତରା ରେଜିଓନାଲ ହାଇ ସ୍କୁଲର ପରୀକ୍ଷା କେନ୍ଦ୍ରରେ ୧୫୦ ଜଣରୁ ଅନୁପସ୍ଥିତ ୩ ଜଣ ଓ ପରୀକ୍ଷା ଦେଇଛନ୍ତି ୧୪୭ ଜଣ। ସେହିପରି ତାଳସାକର ମହମାୟୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ୨୫୨ଜଣରୁ ଅନୁପସ୍ଥିତ ୪ ଜଣ ଓ ପରୀକ୍ଷା ଦେଇଛନ୍ତି ୨୪୮ ଜଣ। ବିଡ଼ିଓ ତନ୍ମୟ ପାତ୍ର ଓ ବିଇଓ ରସାନନ୍ଦ କର ପର୍ଯ୍ୟବେକ୍ଷକ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।

Leave A Reply

Your email address will not be published.

three × one =