Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆପଡ଼ା ବ୍ଲକ୍ : ୯ ଟି କେନ୍ଦ୍ରରେ ୧୭୬୦ ପରୀକ୍ଷାର୍ଥୀ, ଚଳିତ ବର୍ଷ ଗୋଟିଏ କେନ୍ଦ୍ର ବାଦ୍ ୨୭ ଟି ଉଚ୍ଚ ବିଦ୍ୟାଳୟର ପିଲା ପରୀକ୍ଷା ଦେବେ


ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୮.୦୨.୨୦୨୦) – : ଆସନ୍ତା ୧୯ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବେଗୁନିଆପଡା ବ୍ଲକର ୯ ଟି କେନ୍ଦ୍ରରେ ଚଳିତ ବର୍ଷ ୨୭ ଟି ଉଚ୍ଚ ବିଦ୍ୟାଳୟର ୧୭୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସ୍ଥିର ହୋଇଛି l ଏଥି ମଧ୍ୟରୁ ୧୭୦୮ ଜଣ ରେଗୁଲାର ପରୀକ୍ଷାର୍ଥୀ ହୋଇଥିବା ବେଳେ ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଟନ୍ତି l ଅଙ୍ଗାର ଗାଁ ସ୍ଥିତ ଡି. ଏସ୍ ହାଇସ୍କୁଲରେ ୩ ଟି ବିଦ୍ୟାଳୟର ୧୨୬ ଜଣ ପରୀକ୍ଷା ଦେବାକୁ ସ୍ଥିର ହୋଇଥିବା ବେଳେ ସୁମଣ୍ଡଳ ସ୍ଥିତ ରବି ଘୋଷ ବିଦ୍ୟାପୀଠରେ ୩ ଟି ବିଦ୍ୟାଳୟର ୨୭୫ ଜଣ, ଏସ ଛଚିନା ଆର୍. କେ ବିଦ୍ୟାପୀଠରେ ୩ ଟି ବିଦ୍ୟାପୀଠରେ ୧୯୦ ଜଣ ସlଙ୍କୁଡା ସ୍ଥିତ ଧବଳେଶ୍ବର ବିଦ୍ୟାପୀଠରେ ୩ ଟି ବିଦ୍ୟାଳୟର ୧୯୬ ଜଣ, ବେଗୁନିଆପଡ଼ା ଜନତା ହାଇସ୍କୁଲରେ ୪ ଟି ବିଦ୍ୟାଳୟର ୧୭୦ ଜଣ ମର୍ଦକୋଟ ସ୍ଥିତ ହରିହର ମର୍ଦରାଜ ହାଇସ୍କୁଲରେ ୩ ଟି ବିଦ୍ୟାଳୟର ୧୮୬ ଜଣ, କୋଦଳା ଏସ୍ ଏମ୍ ହାଇସ୍କୁଲରେ ୩ ଟି ବିଦ୍ୟାଳୟର ୨୧୧ ଜଣ କୋଦଳା ବାଳିକା ଉଚ୍ଚ ବିଦ୍ୟାଳୟରେ ୨ ଟି ବିଦ୍ୟାଳୟର ୨୨୮ ଜଣ, ଫାଶି ସ୍ଥିତ ଏସ୍ ଏମ୍ ହାଇସ୍କୁଲରେ ୩ ଟି ବିଦ୍ୟାଳୟର ୧୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିର ହୋଇଛି l କିନ୍ତୁ ଚଳିତ ବର୍ଷ ତାଳସର ହାଇସ୍କୁଲ କେନ୍ଦ୍ର ହେବାରୁ ବାଦ୍ ପଡିଛି l ଅପର ପକ୍ଷରେ ଖଲ୍ଲିକୋଟ ବ୍ଲକ୍ ର କଞ୍ଚଣା ହାଇସ୍କୁଲର ପରୀକ୍ଷାର୍ଥୀ ବେଗୁନିଆପଡ଼ା ଠାରେ ପରୀକ୍ଷା ଦେବା ପାଇଁ ସ୍ଥିର ହୋଇଛି l ଏ ସମସ୍ତ କେନ୍ଦ୍ରରେ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଚାଲିଛି l ଗତ ବର୍ଷ ୩ ଟି ପରୀକ୍ଷା କେନ୍ଦ୍ରରେ ସି ସି କ୍ୟାମେରା ଲାଗିଥିବା ବେଳେ ଚଳିତ ବର୍ଷ କେତୋଟି ପରୀକ୍ଷା କେନ୍ଦ୍ରରେ ଲାଗିବ ତାହା ଜଣା ପଡିନାହିଁ l

Leave A Reply

Your email address will not be published.

18 − 1 =