ବୁଗୁଡା ୧୮/୦୨ ଡ଼ଃ କୁମୁଦ ଚନ୍ଦ୍ର ବେହେରା ( L.R.News ) ବୁଗୁଡା ସହରର ଉପକଣ୍ଠ ପୋଲସରା ରୋଡ଼ର ସନ୍ତୋଷି ମା ମନ୍ଦିର ନିକଟରେ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଏକ ବାଇକ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣା ପଡ଼ିଛି ଯେ ବୁଗୁଡା ଥାନା ଅନ୍ତର୍ଗତ ବାଦୁଆ ଗ୍ରାମର ସନ୍ୟାସି ନାୟକ(୩୬), ମୁଳିଆ ନାୟକ(୪୨) ଓ ଶରତ ନାୟକ(୪୬) ଗୋଟିଏ ବାଇକରେ ବସି ତାକରଡ଼ା ଗ୍ରାମରୁ ଭୋଜି ଖାଇ ନିଜ ଗ୍ରାମକୁ ଫେରୁଥିଲେ। ଫେରିବା ସମୟରେ ପୋଲସରା ରୋଡ଼ ସନ୍ତୋଷି ମା ମନ୍ଦିର ନିକଟ ବାଙ୍କରେ ଭାରସାମ୍ୟ ହରାଇ ବିଲ ଭିତରକୁ ବାଇକଟି ଚାଲିଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଫଳରେ ବାଇକରେ ବସିଥିବା ସନ୍ୟାସିଙ୍କ ବାମ ଗୋଡ଼,ମୁଳିଆଙ୍କ ଡାହାଣ ହାତ ଓ ଶରତଙ୍କ ବାମ ହାତ ହାଡ ଭାଙ୍ଗି ବିଲରେ ପଡିଥିବା ବେଳେ ଦମକଳ ବାହିନୀ ଗାଡି ପହଞ୍ଚି ଆହାତ ତିନିଜଣଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରା ଯାଇଛି।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Prev Post