ବୋଲଗଡ଼, ତା ୧୬।୨ (LR NEWS )ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକର ମହିଳା ବିଡ଼ିଓ ସୁଶ୍ରୀ ସୁମନ ସୁଧା କୁଣ୍ଡୁ ଏଠାରେ ଯୋଗ ଦେବାର ଛଅ ମାସ ମନମୁଖୀ କାର୍ଯ୍ୟ କରିବାରୁ ସଧାରଣ ଜନତାଙ୍କ ସମେତ ଅଧିକାଂଶ ପଞ୍ଚାୟତର ଜନ ପ୍ରତିନିଧି ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଯାହାର ଫଳ ସ୍ୱରୂପ ଗତ ମାସ ୨୮ ତାରିଖରୁ ବୋଲଗଡ ବନ୍ଦ୍ ଡାକରା ବିକ୍ଷୋଭ ପ୍ରଦର୍ଶନ, ଜିଲ୍ଲା ପାଳ ଙ୍କୁ ଅଭିଯୋଗ ସହିତ ଗତ ୧୦ ତାରିଖରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅହ ରାତ୍ର ଗଣ ଧାରଣା ଜାରୀ ରହିଛି। ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ରେ ବିଜୁ ଜନତା ଦଳ, କଂଗ୍ରେସ, ବିଜେପି ସମେତ ବୋଲଗଡ଼ ନାଗରିକ ମଞ୍ଚ, ବୁଦ୍ଧି ଯିବି ସାମିଲ୍ ଅଛନ୍ତି। ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ପୂର୍ବ ତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ , ପୂର୍ବ ତନ ବିଧାୟକ ରଣପୁର ସତ୍ୟ ନାରାୟଣ ପ୍ରଧାନ ସମେତ ଖୋର୍ଦ୍ଧା ଜିଲ୍ଲାର ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ୍ ସିଂହ ଉପସଭାପତି ଗୋପୀ ନାଥ ମହାରଣା ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଁଚି ନୈତିକ ସମର୍ଥନ ଜଣାଇଁଛନ୍ତି । ଏହି ସାମୁହିକ ଗଣ ଧାରଣା ବ୍ଲକ ସମ୍ମୁଖରେ ଦୀର୍ଘ ସାତ ଦିନ ଧରି ଚାଲୁ ରହୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଏପର୍ଯ୍ୟନ୍ତ ଧାରଣା ସ୍ଥଳକୁ ଆସି ଆନ୍ଦୋଳନ କାରୀ ଙ୍କ ସହ ସମସ୍ୟାର ସମାଧାନ ପାଇଁ ଆଲୋଚନା କରି ନାହାନ୍ତି। ଯାହାକୁ ନେଇ ଆନ୍ଦୋଳନ ରତ ୩୫ ରୁ ଉର୍ଦ୍ଧ ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଆନ୍ଦୋଳନର ପ୍ରମୁଖ ଦାବୀ ଥିବା ବିଡ଼ିଓ ଙ୍କ ବଦଳି ନହେଲେ ବାଧ୍ୟହୋଇ ଆଗାମୀ ଦିନରେ ଆନ୍ଦୋଳନ କାରୀ ଙ୍କ ସମେତ ହଜାର ହଜାର ଜନ ସାଧାରଣ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିବେ ବୋଲି ନିଷ୍ପତି ନିଆଯାଇଛି। ଏପରିକି ଶାସକ ବିଜେପି ଦଳ ପକ୍ଷରୁ ବିଡ଼ିଓ ଙ୍କ ସପକ୍ଷରେ ବାହାରି ଏହି ଆନ୍ଦୋଳନକୁ ଭଣ୍ଡ କରିବା ପାଇଁ ମସୁଧା ଚାଲିଛି । ଏହାକୁ ନେଇ ବ୍ଲକ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ର ଆଶଙ୍କା ରହିଛି। ବୋଲଗଡ଼ ଥାନା ପୋଲିସ୍ ୨୪ଘଣ୍ଟା ଆନ୍ଦୋଳନ ସ୍ଥଳରେ ପୋଲିସ୍ ମୃତୟନ କରିଥିବା ବେଳେ ଆଇନୀ ଶୃଙ୍ଖଳା ରକ୍ଷା ପାଇଁ ଅଧିକ ଫୋର୍ସ ମାଗାଇଛନ୍ତି । ପୋଲିସ୍ ଏଥିପାଇଁ ତିକ୍ଣ୍ ନଜର ରଖିଛି ।