ଭୁବନେଶ୍ୱର ( LR NEWS )ରେଡକ୍ରସ ଭବନ, ଭୁବନେଶ୍ଵର ଠାରେ ମାନ୍ୟବର ବି.ଜେ.ପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଆଜି ତା ୧୪-୦୨-୨୬ ରିଖ, ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି,

ଉକ୍ତ ବୈଠକରେ ସଂଘର ମୁଖ୍ୟ ପ୍ରୋଷ୍ଠ ପୋଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ତ୍ରିପାଠୀ, ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ନାରାୟଣ ଦାସ, ଅଧକ୍ଷ ଶ୍ରୀଯୁକ୍ତ ହୁର୍ଦୟ ବିହାରୀ ମହାପାତ୍ର, କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ପାତ୍ର, ସହିତ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ତରାସିଆ, ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ବଳିଆର ସିଂହ, ସଂଯୋଜନା କମିଟି ଅଧକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ସହିତ ରାଜ୍ୟ ସଂଘର ସମସ୍ତ ଜିଲ୍ଲାର ପ୍ରତିନିଧି ବୈଠକରେ ଯୋଗଦାନ କରି ଥିଲେ, ଉକ୍ତ ବୈଠକରେ ସଂଘ ପକ୍ଷରୁ ସମ୍ମାନୀୟ ମୁଖ୍ୟ ଅତିଥିଙ୍କୁ ତିନି ଗୋଟି ଦାବୀ ପ୍ରଦାନ କରା ଯାଇ ଥିଲା।
