ବାର୍ଷିକ ପୁରସ୍କାର ବିତରଣ ଉସôବ
ବୋଲଗଡ ଗଙ୍ଗାଧର ସାହୁଙ୍କ ରିପୋଟ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଦେଉଳିସ୍ଥିତ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉସôବ ମହାବିଦ୍ୟାଳୟ ପରିସରରେ ଅନୁÂିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶେଖ୍ ଅବଦୁଲ ରହିମ୍ଙ୍କ ସଭାପତିତ୍ୱରେ ଅନୁÂିତ ସଭାରେ ମୁଖ୍ୟଅତିଥିଭାବେ କଲେଜର ପ୍ରାଣପ୍ରତିÂାତା ତଥା ସମ୍ପାଦକ ଭାଗିରଥି ସାହୁ ,ମୁଖ୍ୟବକ୍ତାଭାବେ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଭଗବାନ ଜେନା ଓ ସମ୍ମାନିତ ଅତିଥିଭାବେ ପ୍ରାଧ୍ୟାପକ ରବୀନ୍ଦ୍ରନାଥ ପାଣିଗ୍ରାହୀ ,ବିଶିଷ୍ଟ ଶିକ୍ଷାବିତ୍ ରାଜ କିଶୋର ବ୍ରହ୍ମା ପ୍ରମୁଖ ଯୋଗଦେଇଥିଲେ । କଲେଜର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧ୍ୟାପକ ଶ୍ରୀକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିଲେ । ଅଧ୍ୟକ୍ଷ ଶେଖ୍ ଅବଦୁଲ ରହିମ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥିମାନେ କହିଥିଲେ ଛାତ୍ରଛାତ୍ରୀମାନେ କଠିନ ଓ ନିÂାପର ଅଧ୍ୟୟନ ତଥା ପରିଶ୍ରମ ଦ୍ୱାରା ଜୀବନର ବିକାଶ ହୋଇଥାଏ । ଏହି ସଭାରେ ପୂର୍ବରୁ କରାଯାଇଥିବା କ୍ରୀଡା ଓ ସାହିତ୍ୟ ପ୍ରତିଯୋଗିତା ଗୁଡିକରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସାହିତ୍ୟ ବିଭାଗରେ +୩ ତୃତୀୟ ବର୍ଷର ଛାତ୍ର ଜୟେନ୍ଦ୍ର ବେହେରା ଚମ୍ପିୟାନ ହୋଇଥିଲେ । ସେହିପରି ପୁରୁଷ କ୍ରୀଡା ବିଭାଗରେ ୨ୟ ବର୍ଷର ଛାତ୍ର ନିହାର ରଂଜନ ସାହୁ ଏବଂ ମହିଳା କ୍ରୀଡା ବିଭାଗରେ ୩ୟ ବର୍ଷର ଛାତ୍ରୀ ପୁଷ୍ପଲତା ସାହୁ ଚମ୍ପିଆନ୍ ହୋଇଥିଲେ । ସେମାନଙ୍କୁ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ । ସାଧାରଣ ସଭା ସମାପ୍ତ ହେବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । କଲେଜର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।ପରିଶେଷରେ ଅଧ୍ୟାପକ ସନ୍ତୋଷ ଚମ୍ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Next Post