ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
ଗଞ୍ଜାମ, ଟୁକୁନା ପ୍ରଧାନ, ୧୨.୦୨.୨୦୨୦) – : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢ଼ୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ପରିଷଦ ର ଉପ ସଚିବ ଡକ୍ଟର କୁଳମଣି ଓଝା ଓ ମୁଖ୍ୟ ବକ୍ତା ଭାବେ ଧନ୍ଦାମୂଳକ ଶିକ୍ଷା ଉପ ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ କଲେଜର ପ୍ରଶାସନିକ ଅଧିକାରୀ ଡକ୍ଟର ବିମଳ ପ୍ରସାଦ ସାହୁ, ଶୈକ୍ଷିକ ବିକାଶ ଅଧିକାରୀ ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ ।ଅତିଥି ମାନେ ମହାବିଦ୍ୟାଳୟ ରେ ଚାଲିଥିବା ଆତ୍ମ ସୁରକ୍ଷା କୌଶଳ ତାଲିମ ବିଦ୍ୟାର୍ଥୀ ଙ୍କୁ ଉତ୍ସ।ହିତ କରିଥିଲେ ।ଅତିଥି ମାନେ ନିଜ ବକ୍ତବ୍ୟ ରେ ରାମ ଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ୫୬ ବର୍ଷ ଅତିକ୍ରମ କରି ୫୭ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଏହାର ଗୌରବ ମୟ ଇତିହାସ କୁ ମନେପକାଇ ଥିଲେ ।ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ଗଢିବା ପାଇଁ ପାଠ ପଢିବା ସହ ପ୍ରଥମେ ଭଲ ମଣିଷ ଟିଏ ହେବା ପାଇଁ ଚେଷ୍ଟା କରିବା ଏବଂ ସାମ୍ପ୍ରତିକ ସମୟରେ ଏକାଧିକ ଭାଷା ଜାଣିବା ନିହାତି ଜରୁରୀ, ଏବଂ ସାମ୍ପ୍ରତିକ ପରିସ୍ଥିତି ରେ ଶିକ୍ଷା ର ମହତ୍ତ୍ୱ ଏବଂ ମୂଲ୍ୟବୋଧ ଉପରେ କହିଥିଲେ । କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ପ୍ରକାଶ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚିତ୍ତରଞ୍ଜନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିବା ବେଳେ ଖଲ୍ଲିକୋଟ ରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।