Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟର ତିନି ପ୍ରମୁଖ ଦଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଖୋର୍ଦ୍ଧା ଏବଂ ବେଗୁନିଆ ପାଇଁ ଚିନ୍ତାରେ ପଡିଛନ୍ତି ଆଶାୟୀ।

ଖୋର୍ଦ୍ଧା:LR NEWS (୧୧/୦୪/୨୪)-ନିର୍ବାଚନ ବିଗୁଲ ବାଜିବା ଏ ମଧ୍ୟରେ ଅନେକ ଦିନ ଅତିବାହିତ ହେଇଛି। ହେଲେ ରାଜ୍ୟର ତିନି ପ୍ରମୁଖ ଦଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଖୋର୍ଦ୍ଧା ଏବଂ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଆଶାୟୀ ଏବଂ ଦଳୀୟ କର୍ମୀ । ଦଳରେ ଏକାଧିକ ଆଶାୟୀଙ୍କ ପାଇଁ ତିନି ପ୍ରମୁଖ ଦଳ ଚିନ୍ତାରେ ପଡ଼ିଥିବା ବେଳେ କାହାକୁ ଟିକେଟ ଦେବେ କାହାକୁ ଦେବେନି ତାକୁ ନେଇ ତିନି ଦଳ ଏବେ ଚିନ୍ତାରେ ବୋଲି ବୁଦ୍ଧିଜୀବୀ ତଥା ସମାଜସେବୀ ଚିଲିକା ନିର୍ବାଚନ ମଣ୍ଡଳୀ ନଈରି ଗ୍ରାମର ସୁଶାନ୍ତ ସାହୁ ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ ବର୍ତ୍ତମାନର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ବିଜେଡି ମହିଳା ଉପସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନାମ ଆଗରେ ଅଛି । ସେହିପରି ବିଜେପି ଦଳରେ ପୂର୍ବ ଥରର ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ, ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର ଏବଂ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାମ ରହିଛି । ସେହିପରି କଂଗ୍ରେସରେ ଶିଶିର ପରିଡା, ସ୍ଵାଗତିକା ପଟ୍ଟନାୟକ, ସଞ୍ଜୟ ପଟ୍ଟନାୟକଙ୍କ ନାମ ଆଗରେ ରହିଛି । ସେହିଭଳି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ ପ୍ରମୁଖ ଦାବିଦାର ଭାବେ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରଦୀପ ସାହୁଙ୍କ ନାମ ଆଗରେ ରହିଛି । ବିଜେପି ଦଳରୁ ପ୍ରକାଶ ବିଜୁଳି, ଅନାଦି ସାହୁ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାମ ଆଗରେ।

ସେହିପରି କଂଗ୍ରେସରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, ବେଗୁନିଆରୁ ଦୁଇ ଥରର ବିଧାୟକ ଥିବା କୈଳାସ ଚନ୍ଦ୍ର ମହାପାତ୍ରଙ୍କ ପୁତ୍ର ସଦାଶିବ ମହାପାତ୍ର ଓ ରାଜୀବ ପଟ୍ଟନାୟକଙ୍କ ନାମ ଆଗରେ ରହିଛି । ହେଲେ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଗୋଟିଏ ଦଳ ତାର ଯୋଦ୍ଧାଙ୍କ ନାମ ଘୋଷଣା କରିନଥିବା ଦେଖିବାକୁ ମିଳିଛି । ପୂର୍ବରୁ ବିଜେଡି ଓ ବିଜେପି ତାର ଲୋକସଭା ଯୋଦ୍ଧାଙ୍କ ନାମ ଘୋଷଣା କରିସାରିଥିବା ବେଳେ ବିଧାନସଭା ପାଇଁ ପ୍ରାର୍ଥୀ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଘୋଷଣା ହୋଇନଥିବାରୁ ପ୍ରଚାର ଗାଡି ଆଗକୁ ଗଡି ପାରୁନଥିବା ଦେଖା ଦେଇଛି । ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଳ୍ପ କେତୋଟି ଆସନ ବାକିଥିବା ବେଳେ କଂଗ୍ରେସ କିନ୍ତୁ ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଦଳୀୟ ନେତୃତ୍ୱ କେବେ ଖୋର୍ଦ୍ଧା ଓ ବେଗୁନିଆ ବିଧାନସଭା ଆସନ ପାଇଁ ତାର ଯୋଦ୍ଧାଙ୍କ ନାମ ଘୋଷଣା କରିବ ତାକୁନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।

Leave A Reply

Your email address will not be published.

three × 1 =