Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆରେ ବିଜେଡ଼ି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସ।

ବେଗୁନିଆLR NEWS,୧୦/୧୨: ବେଗୁନିଆ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ତିନି ଦିନ ଧରି ବିଜେଡ଼ି ଦଳ ପକ୍ଷରୁ ପ୍ରଶିକ୍ଷଣ ଶିବିର ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ତତ୍ବାବଧାନରେ ଦ୍ଵିତୀୟ ଦିବସରେ ପହଞ୍ଚିଛି । ଏଥିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଅତିଥି ଭାବେ ଯୋଗ ଦେଇ ଶିବିରର ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ। ବିଜୁ ଛାତ୍ର ଜନତା ଦଳର ମହାସଚିବ ଇପସିତା ସାହୁ ଓ ମୁଖପାତ୍ର ମଧୁସ୍ମିତା ନାୟକ ଦୁଇ ଜଣ ଉପସ୍ଥିତ ରହି ତୃଣମୂଳ ସ୍ତରରୁ ବିଜେଡ଼ି ଦଳକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଲୋକଭିମୁଖି କାର୍ଯ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ନିହାତି ଆବଶ୍ୟକତା ରହିଛି ବୋଲି ୨୨ ଓ ୨୬ ଜୋନର ପ୍ରଶିକ୍ଷାର୍ଥିଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

ଏଥିରେ ବିଜେଡ଼ି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ, ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ରଂଜନ ମିଶ୍ର,ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡଙ୍ଗା, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଶୁଭକାନ୍ତ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଆତ୍ମା ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ସାହୁ,ବୋଲଗଡ଼ ବ୍ଲକ୍ ଅଧକ୍ଷା ହୁଲାସ ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପ ସଭାପତି ପ୍ରଫୁଲ୍ଲ ପ୍ରଧାନ,୨୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ,୨୬ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ,ଜିଲ୍ଲା ପରିଷଦ ସଭ୍ୟ ତନୁଜା ପାଟ୍ଟଶାଣୀ, ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରୀନା ସେଠୀ,ବୋଲଗଡ଼ ବିଜେଡି ବ୍ଲକ୍ ସଭାପତି ବାନମ୍ବର୍ ମାଝୀ,ଛାତ୍ର ଜନତା ଦଳ ସମ୍ପାଦକ ସ୍ୱାଧିନ ପଣ୍ଡା,ଦୁଇଟି ଯାକ ଜୋନ ର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ,ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ ଓ ଶୁଭେନ୍ଦୁ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

14 − 2 =