Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଘୁମୁସର ଉଭୟ ବନଖଣ୍ଡରେ ୭୭ତମ ସ୍ବାଧୀନତା ଦିବସ ପାଳନ, ପଦକ ପ୍ରଦାନ ଓ ଚାରା ରୋପଣ ସମାରୋହ।

LR NEWS ଭଞ୍ଜନଗର, ତା-୧୫.୮.୨୦୨୩ ଉଭୟ ଘୁମୁସର ଦକ୍ଷିଣ ଓ ଉତ୍ତର ବନଖଣ୍ଡ ତରଫରୁ ଆଜି ପୃଥକ ଭାବେ ଭବ୍ୟ ସମାରୋହରେ ୭୭ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି । ଘୁମୁସର ଦକ୍ଷିଣ ବନଖଣ୍ଡରେ ନୂତନ ଭାବେ ଯୋଗଦେଇଥିବା  ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ (ଓଡିଶା ବନ ସେବା)ପତାକା ଉତ୍ତୋଳନ କରି ନିଜ ଉଦବୋଧନ ବକ୍ତବ୍ୟ ରଖିଥିଲେ । ଦୁଇ ଜଣ ସହ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକ(ଓ.ବ.ସେ) ଓ ଶ୍ରୀ ରଜତ କୁମାର ମିଶ୍ର(ଓ.ବ.ସେ) ମଧ୍ୟ ସହଯୋଗୀ ରୂପେ କାର୍ଯ୍ୟକ୍ରମରେ ସାମିଲ ଥିଲେ ।ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁଙ୍କ ସଂଯୋଜନାରେ ବନଖଣ୍ଡର ଯୋଗ୍ୟ ବିବେଚିତ ବନରକ୍ଷୀ ଶ୍ରୀ ସୀମାଞ୍ଚଳ ଜେନାଙ୍କୁ ଚଳିତ ବର୍ଷର ସ୍ବର୍ଗତ ଅସମତ ବିବି,ବନରକ୍ଷୀ ସ୍ମାରକୀ ସମ୍ମାନ -୨୦୨୩ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ପୂର୍ବ ବର୍ଷ ପାଇଥିବା ଶ୍ରୀମତୀ ଚୁମୁକି ନାୟକଙ୍କ ହସ୍ତରୁ ଏହି running shield ପଦକ ଅଧିକାରୀଙ୍କ ଦ୍ଵାରା ଶ୍ରୀ ଜେନାଙ୍କୁ ପ୍ରଦତ୍ତ ହୋଇଥିଲା ।

ଉପ-ବନାଞ୍ଚଳ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡାଙ୍କ ଆୟୋଜନରେ ସମସ୍ତ ପ୍ରଶିକ୍ଷଣ ପ୍ରାପ୍ତ ନବନିଯୁକ୍ତ ବନରକ୍ଷୀ,ବନପାଳ ବୃନ୍ଦ,ବିଭାଗୀୟ ଅମଲା କର୍ମକର୍ତା ଗଣ ଯୋଗ ଦେଇଥିଲେ । ନବ ନିଯୁକ୍ତ ବନରକ୍ଷୀ ମାନେ ସ୍ୱତନ୍ତ୍ର ଭାବେ ନୂତନ ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟଂକୁ ସମ୍ବର୍ଦ୍ଧିତ କରିଥିଲେ ।ସମ୍ବର୍ଦ୍ଧନାର ଉତ୍ତର ରଖି ଶ୍ରୀ ଆଚାର୍ଯ୍ୟ ସମସ୍ତ କର୍ମଚାରୀଙ୍କୁ ନିଜ ତରଫରୁ କୃତଜ୍ଞତା ଜ୍ଞାପନ ପୂର୍ବକ ମିଳିମିଶି ସକ୍ରିୟ ଭାବେ କାର୍ଯ୍ୟ କରି ସରକାରଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଗଣତନ୍ତ୍ର ଦିବସ ଠାରୁ କାର୍ଯ୍ୟାଳୟର ଦିବଂଗତ ଅମଲା ସ୍ବର୍ଗତ ସୁଧୀର କୁମାର ପ୍ରଧାନଙ୍କ ସ୍ମୃତିରେ ମଧ୍ୟ ଅଫିସର ସର୍ବୋତ୍ତମ ଅମଲା କର୍ମଚାରୀ ଙ୍କୁ ଚୟନ ପୂର୍ବକ ନିୟମିତ ସ୍ମୃତି-ସମ୍ମାନ ପ୍ରଦାନ କରାଯିବ ବୋଲି ବନ ଖଣ୍ଡ ଅଧିକାରୀ ଘୋଷଣା କରିଛନ୍ତି ।

        

ସେହିପରି ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ପରିସର ଓ ଭଞ୍ଜନଗର ବନ-ଯୋଜନା କାର୍ଯ୍ୟାଳୟ ପରିସରରେ ମଧ୍ୟ  ବରିଷ୍ଠ ଓଡିଶା ବନ ସେବା ଅଧିକାରୀ ଶ୍ରୀ ସୁଦର୍ଶନ ବେହେରାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସହ ବନ ସଂରକ୍ଷକ ଶ୍ରୀ ବିକ୍ରମ ଦେବ ପଟନାୟକ ଓ  କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଶ୍ରୀ କୁମର ବେହେରା,ମୁଜାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ବିମ୍ବାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷର ଶ୍ରେଷ୍ଠ ବନପାଳ ଭାବେ ଶ୍ରୀ ବବୁଲ ସେଠୀ, ଶ୍ରେଷ୍ଠ ବନରକ୍ଷୀ ଭାବେ ଶ୍ରୀ ଦୀନବନ୍ଧୁ ମିଶ୍ର ଓ ଉତ୍ତମ ଡ୍ରାଇଭର ଭାବେ ଶ୍ରୀ ବିଜୟ କୁମାର ଦାଶଙ୍କୁ ସମ୍ମାନିତ କରାଯାଇଛି ।

         ପରେ ଶ୍ରୀ ସୁଦର୍ଶନ ବେହେରା ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରାଗଛ  ରୋପଣ କରିଥିଲେ । ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ଘୁମୁସର ବନ ବିଭାଗ ତରଫରୁ 3 ଜଣ ସହ ବନ ସଂରକ୍ଷକ  ଯଥା ଶ୍ରୀ ବିକ୍ରମ ଦେବ ପଟନାୟକ,ଶ୍ରୀ ପ୍ରଭାକର ନାୟକ, ଶ୍ରୀ ରଜତ କୁମାର ମିଶ୍ର ଓ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁଙ୍କ ଦ୍ଵାରା ଗୋଟିଏ ଗୋଟିଏ  ମୂଲ୍ୟବାନ ଚାରାଗଛ ରୋପଣ ପୂର୍ବକ ଶିକ୍ଷା ବିଭାଗ ତରଫରୁ ପ୍ରବର୍ତ୍ତିତ “my selfi:my plant”ଅର୍ଥାତ “ମୋ ଫଟୋ,ମୋ ଚାରା”theme ଜରିଆରେ ସଚେତନତା କରାଯାଇଥିଲା । କିଛି ସ୍କୁଲ ପିଲା ମଧ୍ୟ ଏଥିରେ ସାମିଲ ଥିଲେ । ଏ ବାବଦରେ ଶିକ୍ଷା ବିଭାଗ ତରଫରୁ ଏକ ସଚେତନତା ଗାଡି ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ତେବେ,ସ୍ଥାନୀୟ ମୁଜାଗଡ଼ ବନାଞ୍ଚଳ ତରଫରୁ ଏ ସବୁ ମୁଲ୍ୟବାନ ଚାରାଗଛ ଯୋଗାଇ ଦିଆଯାଇଥିବା ଵିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.

5 × 1 =