Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ହସ୍ତୀ ଦିବସ ପାଳିତ ଅବସରରେ ସେଣ୍ଟ ଅlନସ ବିଦ୍ୟାଳୟ ପରିସରରେ ତେଜସ୍ଵୀନୀ ସ୍ୱେଚ୍ଛl ସେବୀ ସଂଗଠ- ନ ତରଫରୁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l

ଭଞ୍ଜନଗର LR NEWS ତା -୧୨-୦୮-୨୩ ରିଖ ଶନିବାର ଦିବା ଘ ୧୧.୦୦ଣ୍ଟା ସମୟରେ ଭଞ୍ଜନଗର ଉପଖଣ୍ଡରେ ଅନୁଷ୍ଠିତ ସେଣ୍ଟ ଅlନସ ବିଦ୍ୟାଳୟ ଠାରେ ହସ୍ତୀ ଦିବସ ପାଳନ ଅବସରରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ତେଜସ୍ଵୀନି ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକl ମହୋଦୟl ଶ୍ରୀମତୀ ଜ୍ୟୋତି ସିଂ ଟୁଡୁ, ଅନ୍ୟତମ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଶତପଥୀ, ବାନପାଳ ଶ୍ରୀ ଶଙ୍କର ଗୌଡ, ଅବସର ପ୍ରାପ୍ତ ବନ କର୍ମଚାରୀ ଶୁଲପାଣି ଶତପଥୀ ମହୋଦୟ ପ୍ରମୁଖ ଉକ୍ତ ସଭାରେ ଉପସ୍ଥିତ ଥିଲେ l ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ସlନ୍ଥl କୁମାରୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା

ସ୍ୱେଚ୍ଛାସେବୀନୀ ଜ୍ୟୋତି ପ୍ରଜ୍ଞା ତ୍ରିପାଠୀ ଓ ସୁଜ୍ଞାନୀ ଶେଖରୀ ବିଷୋୟୀଙ୍କ ତତ୍ତ୍ଵାବଧlନରେ ହାତୀ ଓ ପରିବେଶ ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା l ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶ୍ରହଣ କରିଥିଲେ l ପ୍ରତିଯୋଗିତାର ଫଳଫଳ ସ୍ୱରୂପ ପ୍ରଥମ ସ୍ଥାନରେ ଦିବ୍ୟସ୍ୱରୁପା ସାହୁ, ଦ୍ଵିତୀୟ ସୌମ୍ୟଶ୍ରୀ ପ୍ରଧାନ ଓ ତୃତୀୟ ସ୍ଥାନରେ ପ୍ରୀୟlନୀ ପ୍ରଧାନ ପୁରସ୍କୃତ ହୋଇଥିଲେ l ଅତିଥିମାନଙ୍କଦ୍ଵାରା ବନ୍ୟ ପ୍ରାଣୀ ସଂରକ୍ଷଣ ତଥା ହାତୀ ଓ ପରିବେଶ ସଂପର୍କିତ ଏକ ସଚେତନତା ଆଲୋଚନା ଚକ୍ର ଅନଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ କlଜୋଲ ନାୟକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ତତ୍ ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗରେ କାର୍ଯକ୍ରମଟି ଶୃଙ୍ଖଳୀତ ଭାବେ ସମାପନ ହୋଇଥିଲା l ସଭାର ଶେଷରେ ସିଷ୍ଟର ସ୍ଵଭଗ୍ୟମଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇଥିଲା l

Leave A Reply

Your email address will not be published.

5 − four =