Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଘୁମୁସର ଦକ୍ଷିଣ ବନ ଖଣ୍ଡରେ ନୂତନ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।


ଭଞ୍ଜନଗର LR NEWS ,ତା- ୯.୮.୨୦୨୩ରିଖ ପୂର୍ବାହ୍ନରେ ଭଞ୍ଜନଗର ଠାରେ ଅବସ୍ଥାପିତ ଘୁମୁସର ଦକ୍ଷିଣ ବନଖଣ୍ଡ କାର୍ଯ୍ୟାଳୟରେ ନୂତନ ତଥା ସ୍ଥାୟୀ  ବନଖଣ୍ଡ ଅଧିକାରୀ ଭାବେ ଶ୍ରୀ ବିନୋଦ ଆଚାର୍ଯ୍ୟ(ଓଡିଶା ବନ ସେବା)ଯୋଗ ଦେଇଛନ୍ତି । ଏଠାରେ ଦୀର୍ଘ ୪ ମାସରୁ ଉର୍ଧ୍ବ ସମୟ ଧରି ପଦବୀ ଖାଲି ପଡିଥିଲା ଏହାର ପୂର୍ବତନ ସ୍ଥାୟୀ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ରାଉତ(ଓଡିଶା ବନ ସେବା)ତା ୩୧.୩.୨୦୨୩ ରେ ଅବସର ନେଇଥିବାରୁ ଏହି ବନଖଣ୍ଡର ଅତିରିକ୍ତ ଦାୟିତ୍ୱ ରଖିଥିଲେ ଘୁମୁସର ଉତ୍ତର ବନଖଣ୍ଡ ଓଡିଶା ବନ ସେବା ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ।

ଶ୍ରୀ ସୁଦର୍ଶନ ବେହେରା ଏକାଧାରରେ ୩ଟି ସ୍ଥାନୀୟ ବନଖଣ୍ଡ ଯଥା ଘୁମୁସର ଉତ୍ତର,ଘୁମୁସର ଦକ୍ଷିଣ ଓ ୱାରକିଙ୍ଗ ପ୍ଲାନ(ବନ ଯୋଜନା) କାର୍ଯ୍ୟାଳୟର ଦାୟିତ୍ୱରେ ରହୁଥିବାରୁ ଜଙ୍ଗଲ ତଥା କାର୍ଯ୍ୟାଳୟ ପରିଚାଳନା କ୍ଷେତ୍ରରେ ଅତ୍ୟଧିକ ଚାପ ରହୁଥିଲା,ଯଦ୍ୱାରାକି ଫିଲଡ଼ କର୍ମଚାରୀ ତଥା ୩ ଟି କାର୍ଯ୍ୟାଳୟର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ବିଶେଷ କରି ମହିଳା କର୍ମଚାରୀ ମାନେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ରହି ସରକାରଙ୍କ 5T କୁ ସମ୍ମାନ ଜଣାଇ କଠୋର ପରିଶ୍ରମ ପୂର୍ବକ ବନ ବିଭାଗ ତଥା ସରକାରଙ୍କ ନିମନ୍ତେ ଦାୟିତ୍ୱ ସମ୍ପାଦନ କରିବାକୁ ବାଧ୍ୟ ହେଉଥିଲେ । ଏହି ସମସ୍ୟାକୁ ଆଖି ଆଗରେ ରଖି ସ୍ଥାନୀୟ ବିଧାୟକ ତଥା ମାନ୍ୟବର ପୂର୍ବତନ ବାଚସ୍ପତି ଓ  ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ଯୁକ୍ତ ବିକ୍ରମ କେଶରୀ ଆରୁଖ ମହୋଦୟଙ୍କ ପ୍ରଚେଷ୍ଟାରେ ଏଠି ଏହି ନୂତନ ବନଖଣ୍ଡ ଅଧିକାରୀଙ୍କୁ ସ୍ଥାୟୀ ଅଧିକାରୀ ଭାବେ ବଦଳି କରାଯାଇ ଅଣା ଯାଇଛି । ଏଥି ପୂର୍ବରୁ ଶ୍ରୀ ଆଚାର୍ଯ୍ୟ ଭୁବନେଶ୍ୱର ବନ୍ୟପ୍ରାଣୀ ପ୍ରଭାଗରେ କାର୍ଯ୍ୟ ସମ୍ପାଦନ କରୁଥିଲେ । ଶ୍ରୀ ଆଚାର୍ଯ୍ୟ ଘୁମୁସର ଉତ୍ତର ବନଖଣ୍ଡରେ ଅତୀତରେ ମୁଜ।ଗଡ଼ ବନାଞ୍ଚଳ ଅଧିକାରୀ ଭାବେ  କାର୍ଯ୍ୟ କରି ଅନେକ ଅନୁଭୂତି ଓ  ସୁଦକ୍ଷ ଅଭିଜ୍ଞତା ହାସଲ କରିଥିଲେ । ଏବେ ସେ ଘୁମୁସର ଦକ୍ଷିଣ ବନ ଖଣ୍ଡର  ଦାୟିତ୍ୱ ସମ୍ଭାଳି ଥିବାରୁ ସ୍ଥାନୀୟ ଅଂଚଳ ବାସୀ ଓ ବୁଦ୍ଧିଜୀବୀ ଗୋଷ୍ଠୀ ସନ୍ତୋଷ ଅନୁଭବ କରୁଥିଲା ବେଳେ ବନ ଖଣ୍ଡର ସମସ୍ତ କର୍ମଚାରୀ ବର୍ଗ ଆଶ୍ୱସ୍ତ ହୋଇଛନ୍ତି ବୋଲି ଅସମର୍ଥିତ ସୂତ୍ରରୁ ଜଣା ପଡ଼ିଛି ।

ତେବେ,ଆଜିର ଆୟୋଜିତ  ଏହି ଦାୟିତ୍ୱ ଆଦାନ ପ୍ରଦାନ ତଥା ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ସଭାରେ ଘୁମୁସର ଦକ୍ଷିଣ ବନ ଖଣ୍ଡର ୫ଟି ରେଞ୍ଜ ରୁ ଆସିଥିବା ରେଞ୍ଜ ଅଫିସର,ଉପ ବିଭାଗୀୟ ଅଧିକାରୀ ଶ୍ରୀ ପ୍ରଭାକର ନାୟକ,ଶ୍ରୀ ବିକ୍ରମ ଦେବ ପଟ୍ଟନାୟକ, ଶ୍ରୀ ରଜତ କୁମାର ମିଶ୍ର,ଶ୍ରୀ ସଚିନ କୁମାର ପ୍ରଧାନ,ଶ୍ରୀ ରମା ରଞ୍ଜନ ପଟନାୟକ ପ୍ରମୁଖ ଯୋଗ ଦେଇ ଉଭୟ ବିଦାୟୀ ଓ ନବାଗତ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ସେକ୍ସନ ଅଧିକାରୀ  ଶ୍ରୀ ଅଶୋକ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ତାଙ୍କ ଉଦ୍ୟମକ୍ରମେ  କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା ।ପରିଶେଷରେ  ନବାଗତ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ କର୍ମଚାରୀ ମାନଙ୍କ ଉଦ୍ଧଶ୍ୟରେ ନିଜ ବକ୍ତବ୍ୟ ରଖି ସରକାରଙ୍କ ପ୍ରଦତ୍ତ ଏହି ଗୁରୁ ଦାୟିତ୍ୱକୁ ସୁଚାରୁ ରୁପେ ସମ୍ପାଦନ କରିବେ ବୋଲି ନିର୍ଭର  ପ୍ରତିଶ୍ରୁତି ଦେଇଥିଲେ ଓ ରାଜ୍ୟ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.

2 × two =