LR NEWS ଖୋର୍ଦ୍ଧା- ଅଦ୍ୟ ତା.୧୯/୫ ୨୦୨୩ ସନ୍ଧ୍ୟା ୮ଘଟିକା ସମୟରେ ସ୍ଥାନୀୟ ବିଂକୁଡ଼ିଆ ପଡିଆରେ ଉତ୍ତର ଖୋର୍ଦ୍ଧା ପଲ୍ଲୀ ମହୋତ୍ସବ – ୨୦୨୩ର ତୃତୀୟ ସନ୍ଧ୍ୟା ମାନ୍ୟବର ସାଂସଦ ରାଜ୍ୟ ସଭା ଶ୍ରୀଯୁକ୍ତ ମୁଜିବୁଲା ଖାଁ ଙ୍କର କର କମଳରେ ଉଦଘାଟିତ ହୋଇ ଯାଇଛି. ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମାନ୍ୟବର ବିଧାୟକ ଚିଲିକା ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ ପ୍ରମୁଖ ଦୀପ ପ୍ରଜ୍ୟୋଳନ କରିଥିଲେ, ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଉପାଧ୍ୟାକ୍ଷ ଖୋର୍ଦ୍ଧା ବ୍ଲକ . ଏତ୍ତବ୍ୟତୀତ ଏହି ଉତ୍ସବରେ ସରପଞ୍ଚ ଓ ସମିତି ସଭ୍ୟ ଟାଙ୍ଗିଆପଡା ଏବଂ କେରଙ୍ଗ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ବହୁ ସମାଜସେବୀ ଓ ବୁଦ୍ଧିଜୀବୀ ସଭା ମଣ୍ଡନ କରିଥିଲେ. ମନମୋହିଲା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାରର ଦୋକାନ ଲୋକମାନଙ୍କର ଉତ୍ସାହ ବଢ଼ାଇ ଥିଲା. ଦୋଳି ପାଖରେ ପିଲାମାନଂକର ଭିଡ଼ ଲାଗି ରହିଥିଲା. କାର୍ଯ୍ୟକ୍ରମରେ ସହଯୋଗ ଲାଗି ସମିତିର ସଭାପତି ହୃଷିକେଶ ଲେଙ୍କା ସମସ୍ତଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଥିଲେ. ସମ୍ପାଦକ ରତ୍ନାକର ସାହୂ,କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ଭଞ୍ଜଦେଓ, ଉପଦେଷ୍ଟା ଶ୍ରୀଧର ବେହେରା, କୋଷାଧକ୍ଷ ଭୁବନାନନ୍ଦ ସାହୂ,ସହ ସମ୍ପାଦକ ସମରେନ୍ଦ୍ର ନାଥ ଶତପଥୀ, ବରିଷ୍ଠ ସଭ୍ୟ କାଶୀନାଥ ମହାଭୋଇ,ଶରତ ବେହେରା,ସୁବାସ ଚନ୍ଦ୍ର ସାହୂ, ଦୀନବନ୍ଧୁ ଭାଇ , ଶୋଇବ ଖାଁ,ସଦନାଦ ଭାଇ, କୈଳାଷ ଭାଇ ଶୋଭନ ସାହୂ, ସାନୁ ଭାଇ, କାଳିଚରଣ ପଟନାୟକ, ବିଜୟ ବେହେରା, କାର୍ତିକ ମିଶ୍ର ଏବଂ ଅନ୍ୟ ସମସ୍ତ ସଭ୍ୟ ମାନେ ସୁପରିଚାଳନାରେ ସହଯୋଗ କରିଥିଲେ. ମନୋଜ ମଞ୍ଚ ପରିଚାଳନା କରିଥିଲେ.
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।